Latest Odisha News

BREAKING NEWS

ରୟାଲ ଟାଇଗର ମୁଁ…ଭୋକରେ ମରିଯିବ କିନ୍ତୁ ଘାସ ଖାଇବିନି-ତାରା ବାହିନୀପତି

ଭୁବନେଶ୍ୱର: ଭାଲୁ ବାହିନୀ ପତି ରୟାଲ ଟାଇଗର  । କେବେ କେଉଁ ଦଳକୁ ଯିବାର ନାହିଁ ।  ରୟାଲ ଟାଇଗର ମୁଁ  । କୂତା ହେବାର ନାହିଁ । ଶେର ଭୁକା ମରଯାଏଗା, ଲେକିନ ଘାସ ନେହିଁ ଖାଏଗା । କୋଇ ମାଇକାଲାଲ ନେହିଁ ବୋଲେଗା କି ହମ କିସ ଦଲ ମେ ମିଲ ଜାଏଗା।’ ଆଜି ଏମିତି କହି ବର୍ଷିଛନ୍ତି କଂଗ୍ରେସ ନେତା ତାରା ବାହିନପତି ।

ସେ ପୂର୍ବତନ ପିସିସି ମୁଖପାତ୍ର ଚିରଞ୍ଜିବୀ ବିଶ୍ୱାଳଙ୍କୁ ଟାର୍ଗେଟ କରି  ତାରା ବାହିନୀପତି କହିଛନ୍ତି, ଆମର ଗୋଟିଏ ମୁଖ୍ୟମନ୍ତ୍ରୀ ।  ସିଏ ଯିଏ ହୁଅନ୍ତୁ, ଦଳ ପ୍ରଥମେ ଆସିବା ଦରକାର । ସମସ୍ତେ ମିଶି କି ବସିବା ଦରକାର। ମୁଁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବି, ସମସ୍ତେ ଏକାଠି ବସନ୍ତୁ। ତାପରେ ଚିନ୍ତା କରିବା ୯ ରୁ ୯୦ କେମିତି ହେବ।

ନିକଟରେ କଂଗ୍ରେସର ଗୋଷ୍ଠୀ ବିବାଦକୁ ନେଇ କଟାକ୍ଷ କରିଥିଲେ ପୂର୍ବତନ ପିସିସି ମୁଖପାତ୍ର ଚିରଞ୍ଜିବୀ ବିଶ୍ୱାଳ । କଂଗ୍ରେସର ସୁବର୍ଣ୍ଣ ଯୁଗ ଜାନକୀ-ବସନ୍ତ ଯୋଡିକୁ ମନେ ପକାଇ ଆଜି ଦଳର ନେତାଙ୍କ ପାଖରେ ସେମିତି ନିଷ୍ଠା ବା ଏକତା ନ ଥିବା କହିଥିଲେ । ଏହାର ଉତ୍ତରରେ ତାରା କହିଥିଲେ,  ଗୋଷ୍ଠୀ ବିବାଦ ପାଇଁ କିଏ କେଉଁ ଦଳକୁ ଯିବା ପାଇ ଚିନ୍ତା କରୁଛନ୍ତି, ଏ କଥା ସତ । ଯଦି ଆପୋଷ ମିଳାମିଶା ବସିକି କଥା ହୋଇଯିବେ ଆଉ ଗୋଷ୍ଠୀ ବିବାଦ ରହିବନି। ନିର୍ବାଚନ ସରିବା ପରେ ମୁଁ ରାହୁଲ ଗାନ୍ଧୀଙ୍କୁ ଭେଟି କହିବି । ମତେ ଅନୁମତି ଦିଆଯାଉ,  ମୁଁ ସମସ୍ତଙ୍କୁ ଏକାଠି କରି ବସେଇ ଏହାର ସମାଧାନ କରିବି।

ଚରଞ୍ଜୀବି କହିଥିଲେ, କଂଗ୍ରେସ ୯ ବିଧାୟକ, ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହାକୁ ଟାର୍ଗେଟ କରି ତାରା କହିଛନ୍ତି,  କଂଗ୍ରେସରେ ୨୦ ମୁଖ୍ୟମନ୍ତ୍ରୀ ମିଛ କଥା । ୯  ଜଣ MLA ଅନ୍ୟ ଦଳକୁ ଯିବା ପାଇଁ ଯେଉଁ କଥା ଚିରଞ୍ଜିବୀ କହିଲେ ମୁଁ ତାକୁ ବିରୋଧ କରୁଛି। ଭାଲୁ ବାହିନୀ ପତି ରୟାଲ ଟାଇଗର କେବେ କେଉଁ ଦଳକୁ ଯିବାର ନାହିଁ ।

ଅନ୍ୟପକ୍ଷେ ବିଜେଡି ସରକାରଙ୍କୁ ସମାଲୋଚନା କରି ତାରା କହିଥିଲେ,  ନବୀନ ସରକାରରେ ଆଦିବାସୀଙ୍କୁ କମାରଶାଳଟିଏ ପାଇଁ ଲୋନ୍ ମିଳୁନି । ପେଷା ଆଇନ ମୁଁ ସ୍ଵାଗତ କରୁଛି। ଦରକାର ପଡ଼ିଲେ ମୁଁ ନବୀନ ବାବୁଙ୍କ ପାଇଁ ପ୍ରଚାର କରିବି, ଯଦି ସିଏ ପେଷା ଆଇନ ଓଡ଼ିଶାରେ ଲାଗୁ କରିଦେବେ। ମୁଁ ଅନୁରୋଧ କରୁଛି, ରାଜ୍ୟରେ ପେଷା ଆଇନ ଲାଗୁ କରନ୍ତୁ। ନହେଲେ ଆମେ ପ୍ରମାଣିତ କରିଦେବୁ ତମେ ଆଦିବାସୀ ବିରୋଧୀ। ଏ ସରକାର କେବଳ ନିଜ ଲୋକଙ୍କୁ ବସେଇ ଟଙ୍କା ହଡ଼ପ କରୁଛନ୍ତି। KBK ନାମରେ ଲୁଟ କରୁଛନ୍ତି। KBK ମାନେ କାହାର ଭାଗ କେତେ।

ତାରା ନବୀନଙ୍କ ଦିଲ୍ଲୀ ଗସ୍ତକୁ କଟାକ୍ଷ କରି କହିଥିଲେ,  ନୀତିଶ ନବୀନଙ୍କୁ ଭେଟିବା ପରେ ବିଜେପି ସମାଲୋଚନା କରିଥିଲା  । ଏହା କାଳେ ମୋଦୀ  ଜାଣିବେ  ଏଥିପାଇଁ ନବୀନ୍ ଦିଲ୍ଲୀ ଦୌଡ଼ିଲେ । ହେଲେ ତୃତୀୟ ସାମ୍ମୁଖ୍ୟ ପ୍ରଶ୍ନ ଉଠୁନି ।  ବିଜୁ ଜନତା ଦଳ ହେଉଛି ଚାଲୁଣି  । ତାଙ୍କର ଲକ୍ଷେ କଣା। ଅନ୍ୟ ରାଜ୍ୟରେ ଯେମିତି ED CBI ରେଡ୍ ହେଉଛି ଏଠି ସେମିତି ହେଉନି। ଯଦି ତୃତୀୟ ସାମ୍ମୁଖ୍ୟରେ ବିଜେଡି ମିଶିଯିବ ତାହେଲେ ଏମାନଙ୍କ ଘରେ ଘରେ CBI ED ପହଁଞ୍ଚିବ । ଏଠି ଏତେ ଦୁର୍ନୀତି ହୋଇଛି , ଯଦି ସିବିଆଇ ପଶିଲା ତାହେଲେ ଏମାନେ ମଲେ। ତେଣୁ ଏମାନଙ୍କର ED CBI ଡର ପଶିଯାଇଛି। ତେଣୁ ଏମାନେ ତୃତୀୟ ସାମ୍ମୁଖ୍ୟରେ ମିଶିବେ ନାହିଁ ବୋଲି କହିଥିଲେ ତାରା ।

ବିଜେଡ଼ି ଆଉ ବିଜେପି ବିରୋଧରେ ରାସ୍ତାରେ ଲଢ଼େଇ କରୁନି । ଦିନ ଥିଲା ଗ୍ୟାସ୍ ଦର ୫୦  ଟଙ୍କା ବଢିଲେ ପ୍ରମିଳା ମଲ୍ଲିକ ମୁଣ୍ଡରେ ଟାଙ୍କି ଧରି ବିଧାନସଭା ବିରୋଧ କରୁଥିଲେ। ଏବେ ଗ୍ୟାସ୍ ଦର ୧୨ ଶହରେ ପହଞ୍ଚିଲାଣି ।ଆଉ ବିରୋଧ ନାହିଁ। ବିଜେଡ଼ିର ସ୍ଵାର୍ଥ ହେଲା କେନ୍ଦ୍ର ସହ ମିଶି ଖଣି ବିକିବା, ତାହା ପୁଣି ଆଦିବାସୀ ବହୁଳ ଜିଲ୍ଲାରୁ।

Comments are closed.