Latest Odisha News

BREAKING NEWS

ଲାଞ୍ଚ ମାମଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣିଙ୍କୁ ୩ ବର୍ଷ ଜେଲ୍

ଅନୁଗୁଳ: ଦଣ୍ଡିତ ହେଲେ କନିଷ୍ଠ କିରାଣି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପଙ୍କଜିନି ବିଶ୍ୱାଳଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜରିମାନା ଅନାଦେୟ ରହିଲେ ଆଉ ୨ ମାସ ଅଧିକ ଜେଲ୍ ଭୋଗିବାକୁ ପଡ଼ିବ ।

BjdElectrycity

ସୂଚନା ଅନୁସାରେ, ୨୦୧୭ ମସିହାରେ ପଙ୍କଜିନି ଅନୁଗୁଳ ତହସିଲ୍ ଅଫିସରେ କାର୍ଯ୍ୟରତ ଥିଲେ । ସେତେବେଳେ ଜମି ପଟ୍ଟା ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପଙ୍କଜିନି । ଉକ୍ତ ମାମଲାର ଶୁଣାଣି କରି ଭିଜିଲାନ୍ସ କୋର୍ଟ ପଙ୍କଜିନିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।

Leave A Reply

Your email address will not be published.