Latest Odisha News

BREAKING NEWS

ଗଣତି ରାଉଣ୍ଡ ବଢୁଛି, ଭୋଟ ବ୍ୟବଧାନ ବି ବଢୁଛି: କେତେ ଭୋଟରେ କିଏ ଆଗେଇଲା ?

ଝାରସୁଗୁଡା: ଆଗେଇ ଚାଲିଛି ବିଜେଡି ।  ୯ ରାଉଣ୍ଡ ଗଣତି ସରିଥିବାବେଳେ ବିଜେଡି ଯେତିକି ଆଗେଇ ଚାଲିଛି ବିଜେପି ଓ କଂଗ୍ରେସ ସେତିକି ପଛରେ ରହି ଯାଉଥିବା ଲକ୍ଷ୍ୟ କରାଯାଉଛି । ବଢି ଚାଲିଛି ଭୋଟର ବ୍ୟବଧାନ ।

୯ମ  ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାରରୁ ଅଧିକ ଭୋଟରେ ଆଗରେ ଅଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅର୍ଥାତ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କଠାରୁ ୧୫, ୭୫୧ ଭୋଟରେ ଆଗରେ ଅଛନ୍ତି ।

୯ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୫୭, ୬୫୦  ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୩୨, ୧୬୬  ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୩, ୦୬୬ ଖଣ୍ଡ ଭୋଟ ମିଳିଛି ।

ଯେତେ ଅଧିକ ରାଉଣ୍ଡ ଗଣନା ସରୁଛି ବିଜେଡି ସେତେ ଅଧିକ ଭୋଟରେ ଆଗଉଥିବା ଦେଖିବାକୁ ମିଳିଛି ।

୧୯୮୦ ମସିହାରୁ ଏ ପର୍ଯ୍ୟନ୍ତ ଦେଖିବାକୁ ଗଲେ ଝାରସୁଗୁଡା ମୁଖ୍ୟତଃ କଂଗ୍ରେସ କବ୍ଜାରେ ଥିଲା । ୧୯୮୦, ୧୯୮୫, ୧୯୯୫ ନିର୍ବଚନରେ ଏହି ବିଧାନସଭା ଆସନରୁ କଂଗ୍ରେସ ଜିତୁଥିଲା । ୧୯୮୦ରୁ ୧୯୯୫ ମଧ୍ୟରେ ଥରେ ଏହି ଆସନ ଜନତା ଦଳ ହାତକୁ ଯାଇଥିଲା । ହେଲେ ୨ ହଜାର ପରେ ଏହି ଆସନରୁ ବିଜେଡି ଲଗାତାର ୨ ଥର ଜିତିଥିଲେ । ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଏହି ଆସନରୁ ଜିତିଥିଲେ । ୨୦୦୯ ଏବଂ ୨୦୧୪ରେ ନବ ଦାସ କଂଗ୍ରେସ ଟିକେଟରେ ଲଢି ଏହି ଆସନରୁ ଜିତିଥିଲେ । ଆଉ ତୃତୀୟ ଥର ପାଇଁ ୨୦୧୯ରେ ବିଜେଡି ଟିକେଟରୁ ଲଢି ନବ ଦାସ  ସର୍ବାଧିକ ଭୋଟରେ ଜିତିଥିଲେ । ୨୦୦୯ରେ ସେ ୬୨ ହଜାର ୬୬୩ ଏବଂ ୨୦୧୪ରେ ୭୪, ୪୯୯ ଭୋଟ ପାଇଥିଲାବେଳେ ୨୦୧୯ରେ ପାଇଥିଲେ ୯୮, ୬୨୦ ଖଣ୍ଡ ଭୋଟ ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ଲଢୁଛନ୍ତି  ଝିଅ ଦୀପାଳି ଦାସ । ତେବେ ଦୀପାଳି କେତେ ଭୋଟରେ ଜିତୁଛନ୍ତି ତାହା ଶେଷ ରାଉଣ୍ଡ ଗଣତିରୁ ଜଣାପଡିବ ।

Comments are closed.