Latest Odisha News

ଅଧା ରହିଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ  

ଚଣ୍ଡିଖୋଲ : ବାଇକ୍‌କୁ ପିଟିଲା ଅଜଣା ଗାଡ଼ି । ଚାଲିଗଲା ୩ ଜୀବନ । ଚଣ୍ଡିଖୋଲ ଜାତୀୟ ରାଜପଥ କଢ଼େଇ ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ବନ୍ଧୁ ପୁରୀ ଅଭିମୁଖେ ବାହାରିଥିଲେ ହେଲେ ଭୋର ସମୟରେ କଢ଼େଇ ଛକ ନିକଟରେ ବାଇକକୁ ଏକ ଅଜଣା ଗାଡ଼ି ପିଟିଦେଇଥିଲା । ଦୁର୍ଘଟଣା ପରେ ଏମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ୩ ଜଣ ହେଉଛନ୍ତି ଧର୍ମଶାଳା ଥାନା ଅନ୍ତର୍ଗତ ମାଣିତ୍ରୀ ବାରବାଟୀ ଗ୍ରାମର ଅଭିଷେକ ସର (୨୨), ଧର୍ମଶାଳା ଥାନା ଅନ୍ତର୍ଗତ ଚଡ଼େଇଧରା ଗ୍ରାମର ଅଞ୍ଚଳ ସାହୁ (୨୬) ଓ କଟକ ଜଗତପୁର ଥାନା ଅନ୍ତର୍ଗତ ବୈକୁଣ୍ଠପାଲି ଗ୍ରାମର ଦେବାଶିଷ ନାୟକ (୨୬)। ତେବେ ଏହି ମୃତକ ମାନେ ଧର୍ମଶାଳା ଅଞ୍ଚଳର ବୋଲି ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.