Latest Odisha News

BREAKING NEWS

ରିଭର୍ସ ଗିଅରରେ ଅଟୋ ମୋବାଇଲ୍ସ : ବହୁ କମ୍ପାନୀ ବନ୍ଦକଲେ ଉତ୍ପାଦନ

ନୂଆଦିଲ୍ଲୀ: ମରୁତି ସୁଜିକି, ଟାଟା ମୋଟର୍ସ, ହୋଣ୍ଡାଇ, ମହେଦ୍ରା ଆଣ୍ଡ ମହେନ୍ଦ୍ର, ମୋଟୋକର୍ପ ଭଳି କମ୍ପାନୀ ଗୁଡିକ ଦେଶର ଆଗଧାଡିର କାର ଓ ଦୁଇ ଚକିଆ ଗାଡି ତିଆରି କରି ବର୍ଷକୁ ଶହ ଶହ କୋଟିର ଲାଭ କରୁଥିଲେ । କିନ୍ତୁ ଏବେ ଚାଲିଛି ମାନ୍ଦାବସ୍ଥା । ଗୋଟେ ଗୋଟେ କାର ବିକିବା ଏବେ ଏମାନଙ୍କ ପାଇଁ କାଠିକର କାମ ।

ଅଟୋମୋବାଇଲ ସେକ୍ଟରରେ ମାନ୍ଦାବସ୍ଥା ଯୋଗୁଁ ବାଧ୍ୟ ହୋଇ କମ୍ପାନୀମାନେ ନିଜର ଉତ୍ପାଦନ ବନ୍ଦ କରିବା ଲାଗି ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ପୂର୍ବରୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ସୁଜୁକି, ଟୟୋଟା ଏବଂ ଅଶୋକ ଲେଲ୍ୟାଣ୍ଡ,ଟାଟା ମୋଟର୍ସ ଉତ୍ପାଦନ ବନ୍ଦ କରିଥିବା ବେଳେ ହିରୋ ମୋଟୋକର୍ପ, ଟିଭିଏସ୍‌ ଗ୍ରୁପ୍‌ କମ୍ପାନୀ ସୁନ୍ଦରମ୍‌ କ୍ଲେଟନ ଲିମିଟେଡ ଓ ଲୁକାସ ଟିଭିସ୍‌ ସାମୟିକ ଭାବେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଟାଟା ମୋଟର୍ସ ଚଳିତ ମାସ ୧୬ ଓ ୧୭ରେ ଉତ୍ପାଦନ ବନ୍ଦ ରଖିଥିବା ବେଳେ ଅଗଷ୍ଟ ପହିଲାରେ ଏହା ଜାମସେଦପୁର ପ୍ଲାଣ୍ଟକୁ ଦିନକ ପାଇଁ ବନ୍ଦ ରଖିଥିଲା । ଗତ ୯ ଦିନ ଧରି କେତେକ ପ୍ଲାଣ୍ଟ ବନ୍ଦ ରଖିଥିବା ଅଶୋକ ଲେଲ୍ୟାଣ୍ଡ ଆବଶ୍ୟକ ପଡ଼ିଲେ କାମ ବନ୍ଦ ରହିବ ବୋଲି କହିଛି।

ସେହିପରି ହିରୋ ମୋଟୋକର୍ପ ୪ ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସୁନ୍ଦରମ କ୍ଲେଟନ ଲିମିଟେଡ ଦୁଇ ଦିନ ପାଇଁ କାରଖାନା ବନ୍ଦ ରଖିବ।

ମହିନ୍ଦ୍ରା ୮ରୁ ୧୪ ଦିନ, ଟାଟା ମୋଟର୍ସ ୮ ଦିନ,ମାରୁତି ସୁଜୁକି ୩ ଦିନ, ଟୟୋଟା କିର୍ଲୋସ୍କର ୮ ଦିନ, ବସ୍‌ ୧୦ ଦିନ, ଜାମନା ଅଟୋ ୨୦ ଦିନ ଏବଂ ଓ୍ବାବ୍‌କୋ ୧୯ ଦିନ ଉତ୍ପାଦନ ବନ୍ଦ ରଖିଛନ୍ତି।

Leave A Reply

Your email address will not be published.