Latest Odisha News

BREAKING NEWS

ବିବାଦରେ ‘ମିଷ୍ଟର କହ୍ନେୟା’ ପୋଷ୍ଟର, ପ୍ରଯୋଜକଙ୍କୁ ମହିଳା ଥାନା ପୋଲିସର ନୋଟିସ୍ ଜାରି

ଭୁବନେଶ୍ୱର: ମିଷ୍ଟର କହ୍ନେୟା ଚଳଚ୍ଚିତ୍ରର ପୋଷ୍ଟରକୁ ନେଇ ଲାଗି ରହିଥିବା ବିବାଦ ଯୋଗୁଁ ମଙ୍ଗଳବାର ଦିନ ମହିଳା ଥାନା ପୋଲିସ୍ ଫିଲ୍ମର ପ୍ରଯୋଜକଙ୍କୁ ଏନେଇ ନୋଟିସ୍ ଜାରି କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଅପକମିଂ ଓଡିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପ୍ରଯୋଜକ ସୀତାରାମ ଅଗ୍ରୱାଲ ତଥା ସିଦ୍ଧାର୍ଥ ମ୍ୟୁଜିକ୍ ପ୍ରଡକସନ୍ ହାଉସକୁ ନୋଟିସ୍ ଜାରି କରାଯାଇଛି ।

ଏହି ଫିଲ୍ମର ପୋଷ୍ଟର ବିରୋଧରେ ଗତ ଅଗଷ୍ଟ ୧୮ ତାରିଖରେ ସମାଜସେବୀ ଲିଙ୍କନ ସୁବୁଦ୍ଧି ମହିଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଦାୟର ମାମଲାକୁ ଆଧାର କରି ନୋଟିସ୍ ଜାରି କରିଥିବା ନେଇ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଓଲିଉଡର ହାସ୍ୟାଭିନେତା ପପୁ ପମପମଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର୍ କହ୍ନେୟା’ର ପୋଷ୍ଟର୍ ରିଲିଜ ହୋଇଥିଲା । ଉକ୍ତ ସିନେମାର ପୋଷ୍ଟରରେ ନାୟକ ପପୁ ୭ ଜଣ ଝିଅଙ୍କୁ ଦଉଡିରେ ବାନ୍ଧି ଟାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଥିବାବେଳେ ପୋଷ୍ଟରଟି ବିବାଦ ଘେରରେ ଛନ୍ଦି ହୋଇଯାଇଥିଲା ।

Leave A Reply

Your email address will not be published.