ବେଙ୍ଗଳୁରୁ: ସିଦ୍ଧରମୈୟା କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ସିଦ୍ଧରମୈୟା ଓ ଡିକେ ଶିବକୁମାର ଗୁରୁବାର ବେଙ୍ଗଳୁରୁ ପହଞ୍ଚିବା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ ସିଦ୍ଧରମୈୟାଙ୍କୁ ବିଧାୟକ ଦଳ ନେତା ବଛା ଯାଇଥିଲା । ଏହାପରେ ସିଦ୍ଧରମୈୟା ସରକାର ଗଠନ ଦାବି ରାଜ୍ୟପାଳଙ୍କୁ ଭେଟି କରିଥିଲେ ।
ରାଜ୍ୟପାଳ ଧାବରଚନ୍ଦ ଗେହଲଟ, ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଟିମକୁ ଶପଥ ଗ୍ରହଣ ଲାଗି ଆମନ୍ତ୍ରିତ କରିଛନ୍ତି । ମେ ୨୦ ତାରିଖରେ ବେଙ୍ଗଳୁରୁରେ ଶପଥ ଗ୍ରହଣ ସମାରୋହ ହେବ । ସିଦ୍ଧରମୈୟାଙ୍କୁ ବିଧାୟକ ଦଳ ନେତା କରିବା ଲାଗି ଶିବକୁମାର ପ୍ରସ୍ତାବ ରଖିଥିଲେ । ଯାହାକୁ ଧ୍ୱନିମତରେ ପାରିତ କରାଯାଇଥିଲା ।
#WATCH | Bengaluru: Karnataka CM-designate Siddaramaiah and Deputy CM-designate DK Shivakumar met Governor Thaawarchand Gehlot today to stake claim to form the Government
The oath ceremony will take place at 12.30 pm on 20th May in Kanteerava Stadium, Bengaluru.
(Video Source:… pic.twitter.com/zwSoGlEOm7
— ANI (@ANI) May 18, 2023
ଏହା ପୂର୍ବରୁ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଘୋଷଣା କରାଯାଇଥିଲା । ୨୦ ତାରିଖ ଦିନ ୧୨ଟା ୩୦ରେ କାନ୍ତିରାଭା ଷ୍ଟାଡିୟମରେ ସିଦ୍ଧରମୈୟା ଓ ଶିବକୁମାରଙ୍କ ସହ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବେ ।
କୁରବା ସମଦାୟରୁ ଆସୁଥିବା ସିଦ୍ଧରମୈୟା ୨୦୧୩ ମେରୁ ୨୦୧୮ ମେ ଯାଏ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଥିଲେ । କର୍ଣ୍ଣାଟକ କଂଗ୍ରେସ ପାଇଁ ସଂକଟମୋଚକ ସାଜିଥିବା ଶିବକୁମାର ଗତ ୩ ବର୍ଷ ହେଲା ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଛନ୍ତି । ୨୨୪ ବିଧାନସଭା ଆସନ ବିଶିଷ୍ଟ କର୍ଣ୍ଣାଟକରେ କଂଗ୍ରେସ ୧୩୫ଟି ସିଟରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ୬୬ଟି ଆସନ ମିଳିଛି ।
Comments are closed.