Latest Odisha News

BREAKING NEWS

କ୍ଲାସେନଙ୍କ ଶତକ, ବାଙ୍ଗାଲୋର ସମ୍ମୁଖରେ ୧୮୭ ରନର ଲକ୍ଷ୍ୟ

ହାଇଦ୍ରାବାଦ: ଚଳିତ ଆଇପିଏଲ ଏବ ଅନ୍ତିମ ପର୍ଯ୍ୟାୟର ନିକଟତର ହେଉଛି । ପ୍ଲେ ଅଫ ପ୍ରବେଶ ପାଇଁ ବାକି ଥିବା ଅଧିକାଂଶ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଗୁରୁବାର ଅନୁଷ୍ଠିତ ମ୍ୟାଚରେ ହେନରିକ କ୍ଲାସେନଙ୍କ ଚମତ୍କାର ଶତକ ବଲରେ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟ ବିନିମୟରେ ୧୮୬ ରନ ସଂଗ୍ରହ କରିଛି । କ୍ଲାସେନ ୫୧ ବଲରେ ୮ ଚୌକା ଓ ୬ ଛକା ସହାୟତାରେ ୧୦୪ ରନର ଇନିଂସ ଖେଳିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ ନ କରିବାରୁ ହାଇଦ୍ରାବାଦ ସ୍କୋର ୨୦୦ ଉପରକୁ ଯାଇପାରି ନ ଥିଲା । ହ୍ୟାରୀ ବ୍ରୁକ୍ସ ଶେଷ ଭାଗରେ ଦ୍ରୁତ ୨୮ ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ବାଙ୍ଗାଲୋର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

ମାଇକେଲ ବ୍ରେସୱେଲ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ । ହର୍ଷଲ ପଟେଲ, ଶାହାବାଜ ଅହମ୍ମଦ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ବାଙ୍ଗାଲୋର ୧୨ ମ୍ୟାଚରୁ ୧୨ ପଂଏଟ ହାସଲ କରିଛି । ଏହି ମ୍ୟାଚରେ ବିଜୟ ହାସଲ କରି ଦଳ ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବ । ହାଇଦ୍ରାବାଦ ୧୨ ମ୍ୟାଚରୁ ୮ ପଂଏଟ ହାସଲ କରି ଏହି ଦୌଡରୁ ବାଦ ପଡି ସାରିଛି ।

Leave A Reply

Your email address will not be published.