Latest Odisha News

BREAKING NEWS

ବ୍ରିଜଭୂଷଣ କହିଲେ ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ବିଜେପି ଏମପି ତଥା ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ରବିବାର ନାର୍କୋ ଟେଷ୍ଟ ବା ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ତେବେ ସେ ସର୍ତ ରଖିଛନ୍ତି ଯେ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ମଧ୍ୟ ଏହି ଟେଷ୍ଟ ହେଲେ ସବୁ ସତ ବାହାରିବ । ବ୍ରିଜଭୂଷଣ ତାଙ୍କ ଅଫିସିଆଲ ପେଜରେ ଏହି ପୋଷ୍ଟ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ମୁଁ ସେମାନଙ୍କୁ କଥା ଦେଉଛି, ମୁଁ ପ୍ରସ୍ତୁତ । ବ୍ରିଜଭୂଷଣ ସର୍ବଦା ନିଜ କଥାରେ ଅଟଳ ରହିଥାଏ ବୋଲି ଲେଖିଛନ୍ତି ।

ସୂଚନାଯୋଗ୍ୟ, ୨୮ ଏପ୍ରିଲରେ ବ୍ରିଜଭୂଷଣଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣାରେ ବସିଥିଲେ । ସେମାନଙ୍କ ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଥିଲା । ଶନିବାର ବ୍ରିଜଭୂଷଣ କହିଥିଲେ ମୁଁ ୨୦୧୪ରେ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଥିଲି । ଗୃହମନ୍ତ୍ରୀ ଅମିତ ଶାହ କିନ୍ତୁ ମୋତେ ମନା କରିବାରୁ ମୁଁ ରାଜନୀତିରେ ସକ୍ରିୟ ଅଛି ବୋଲି ସେ କହିଛନ୍ତି । ରେସଲରଙ୍କ ଧାରଣ ଧିରେ ଧିରେ ରାଜନୀତି ରୂପ ନେବାରେ ଲାଗିଛି ।

Comments are closed.