ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସେ ତାକୁ ‘ସିଡ଼୍’ ନକହି ‘ସିଦ୍ଧାର୍ଥ’ କହୁଚି ଭାବି ସେ ନିଜେ ମଧ୍ୟ ଆ୧⁄୨ର୍ଯ୍ୟ ହୋଇଯାଉଥିଲା ।
ଖେଳବେଳେ ଟିକେ ରାଗରୁଷା, ମୁହଁ ଫୁଲାଫୁଲି ହୋଇଯାଇଥିବାରୁ ବୀରା ଆଶା କରୁଥିଲା ଯେ ସିଦ୍ଧାର୍ଥ ତାକୁ “ଆଇ ଏମ୍ ସରି” ମେସେଜ୍ ପଠେଇଥିବ କି ସମୀରା ଦି ମଧ୍ୟ “କ’ଣ କରୁଛୁ” ବୋଲି ମେସେଜ ଦେଇଥିବ । କିନ୍ତୁ ସେମିତି କିଛି ମେସେଜ୍ ନ ଦେଖି, ଫୋନ୍ଟିକୁ ବନ୍ଦ କରି ଦେଇ ଟେବୁଲ୍ ଉପରେ ରଖିଦେଇ ଶୋଇବାକୁ ଚେଷ୍ଟାକଲା, କାରଣ ଏଇ ମୁହୂର୍ଚାରେ ଏଇଟି ହିଁ ଶ୍ରେଷ୍ଠ ଉପାୟ ବୋଲି ସେ ଚିନ୍ତାକଲା ।
ତା’ ପରଦିନ ସକାଳେ ବୀରା ମୁହଁରେ ତକିଆ ବାଡ଼େଇ ହେବାରୁ ତା’ ନିଦ ଭାଙ୍ଗିଗଲା । “ଏ ନିଦେଇ, ଏବେ ଉଠ୍!” ଏମିତି ଗୋଟେ ସ୍ୱର ଶୁଣି ନିଦ ବାଉଳାରେ ବିଡ଼୍ ବିଡ଼୍ ହୋଇ ଟିକେ ଆଖି ଖୋଲି ଚାହିଁଲା ବେଳକୁ ଦେଖିଲା, ସମୀରା ପ୍ଲେଟ୍ରେ ସ୍ନାକ୍ସ ଓ ହଟ୍ କଫି ଧରି ପାଖରେ ଛିଡ଼ା ହୋଇଛି । “କାଲି ମୋ’ ବିଷୟରେ ରୋହାନ୍ ଓ ସିଡ଼୍ ଆଗରେ ଚୁଗୁଲି କରିବାକୁ ଭାରି ମଜା ଲାଗୁଥିଲା ନା? ଆଜିକୁ ପୁରା ସତେଜ ଲାଗୁଛ ?”
ପୂର୍ବଦିନ କଥା ମନେ ପଡ଼ି ଯିବାରୁ ବୀରା ଟିକେ ଅସନ୍ତୁଷ୍ଟ ହୋଇ ଏତକ କହିଲା । “ଶୁଣ, ପ୍ରଥମ କଥା, ମୁଁ ତୋ’ ବିଷୟରେ କିଛି ଚୁଗୁଲି କରି ନଥିଲି । କାଲିର ରାଗରୁଷା ଘଟଣାରେ ସିଡ଼୍ର ହିଁ ଭୁଲ୍ ଥିଲା ବୋଲି ତାକୁ ଜଣେଇବାରେ ହିଁ ସବୁ ସମୟ ଚାଲିଗଲା । “ଆଚ୍ଛା? ତା’ର ହିଁ ଭୁଲ୍ ବୋଲି ତାକୁ ଜଣେଇବାକୁ ତମମାନଙ୍କୁ ଏତେ ସମୟ ଲାଗିଗଲା ମାନେ ମୁଁ ଏବେ ନିଶ୍ଚିତ ଯେ ମୋ’କଥା ପୁରାପୁରି ଠିକ୍ – ସିଡ଼୍ କେବଳ ମୂର୍ଖ ନୁହଁ, ଅହଂକାରୀ ବି ।” ରାଗରେ ବୀରା ପାଟି କରି ଉଠିଲା ।
“କିନ୍ତୁ, ଛୋଟ ଛୋଟ ଯୁକ୍ତିତର୍କକୁ ବଡ଼ ଆକାର ଦେବା ବନ୍ଦ କର ବୀରା । ଗୋଟେ ଦୁଇବର୍ଷର ଛୋଟ ପିଲା ଭଳିଆ ବ୍ୟବହାର କରୁଛୁ । ଏମିତି ହଉଛୁ ଯେମିତିକି ଭଲ ଭଉଣୀ କି ଭଲ ସାଙ୍ଗ ହେବାରେ ତୁ ଅସମର୍ଥ ।”
କ୍ରମଶଃ
Comments are closed.