Latest Odisha News

ଭାଷା ଭାଗବତ : କଥା ଅର୍ଥହୀନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଗଚ୍ଛିତ ଜ୍ଞାନର ସାରାଂଶ
କରିଲେ ସ୍ବଚ୍ଛଂଦେ ପ୍ରକାଶ
ଗୁରୁଗଂଭୀର କଂଠସ୍ବର
ପ୍ରଭାବୀ ହୁଏ ବାରଂବାର

ଭୂଇଁରେ ରହିଲେ ସୁବକ୍ତା
ଭାଷାକୁ ମିଳେ ନିରାପତ୍ତା
ଶବ୍ଦର ସ୍ପଷ୍ଟ ଉଚ୍ଚାରଣ
ମୋହିତ କରେ କାନ, ମନ

ଏବେ ତ ଶବ୍ଦ କିଛି ଗିଳି
ବକ୍ତାଏ ଯାଉଛଂତି ଚଳି
କହି ଅପୂର୍ଣ ବାକ୍ୟାବଳି
ରଖଂତି ଭାଷାକୁ ସଂଭାଳି

କହିଲେ ହୋଇ ତରତର
ଫୁଟେନି ତାତ୍ପର୍ଯ ତହିଁର
କେବଳ ଶୁଭେ କିଛି ଧ୍ବନି
ଘଟେ ଭାଷାର ମାନହାନି

କଥା କହିଲେ ମାପିମାପି
ଅନର୍ଥ ହୁଏନି କଦାପି
ସ୍ପଷ୍ଟ, ମଂଥର କଂଠସ୍ବର
ପଡ଼ୁଛି ବେଶି ଦରକାର

ଉଚ୍ଚାରଣର ଦ୍ରୁତ ଗତି
କରେ ଭାଷାର କେତେ କ୍ଷତି
ହୋଇନି ଯେହେତୁ କଳନା
ଭାଷାରେ ରହିଛି ଛଳନା

କଥା ଶୁଣିଲେ ମାରି ତାଳି
ଏଠାରେ ସଭାରେ ଶୁଣାଳି
ଜଣାଂତି ନିଜ ସମର୍ଥନ
ଯଦିଓ ତାହା ଅର୍ଥହୀନ

Leave A Reply

Your email address will not be published.