Latest Odisha News

BREAKING NEWS

ଜାଣନ୍ତୁ, ହିଟଲରଙ୍କ ବିଷୟରେ କିଛି ରୋଚକ ତଥ୍ୟ…

ଭୁବନେଶ୍ୱର: ହିଟଲରତ ଆଉ ଏ ଦୁନିଆରେ ନାହାନ୍ତି କିନ୍ତୁ ହିଟଲରଙ୍କ ସାମ୍ରାଜ୍ୟର ଡର ଆଜିବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଜର୍ମାନୀର ତାନାସ ଓ ଦୁନିଆକୁ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଠେଲିଥିବା ହିଟଲରଙ୍କ ବିଷୟରେ ଅନେକ ଅଜବ ଗଜବ କଥା ଶୁଣିବାକୁ ମିଳେ । ହିଟଲରଙ୍କୁ ନେଇ ଚର୍ଚ୍ଚା ହେଉଥିବା କିଛି ରୋଚକ କଥା ଆମେ ଆଜି ଆପଙ୍କ କହିବୁ…

କୁହାଯାଏ ହିଟଲର ମରିବାର କିଛି ଘଣ୍ଟା ପୂର୍ବରୁ ହିଁ ନିଜ ପ୍ରେମିକା ଇଭା ବ୍ରାଉନଙ୍କ ସହ ବିବାହ କରୁଥିଲେ । ନିଜ ପରାଜୟକୁ ସଯ୍ୟ କରିନପାରି ହିଟଲର ନିଜ ପ୍ରେମିକା ସହ ବଙ୍କରରେ ଲୁଚିଥିବା ବେଳେ ନିଜକୁ ଗୁଳି ମାରି ଦେବା ସହ ତାଙ୍କ ପ୍ରେମିକା ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ଜାଣି ଆଶ୍ଚର୍ଯ୍ୟ ହେବେ ହିଟଲର ସବୁ ସମୟରେ ନିଜ ମୃତ୍ୟୁକୁ ନେଇ ବହୁତ ଚିନ୍ତିତ ରହୁଥିଲେ । ତାଙ୍କୁ ସନ୍ଦେହ ଥିଲା ତାଙ୍କ ଖାଇବାରେ ଯେମିତି କିଏ ବିଷ ମିଶାଇ ଦେବ ।

ସେଥିଲାଗି ଖାଦ୍ୟର ଯାଞ୍ଚ ପାଇଁ ହିଟଲର ଫୁଡ଼ ଟେଷ୍ଟରଙ୍କୁ ଚାକିରୀରେ ରଖିଥିଲେ । ହିଟଲରଙ୍କ ପାଇଁ ପରୋସା ହେଉଥିବା ଖାଦ୍ୟକୁ ପ୍ରଥମେ ଏହି ଫୁଡ଼ ଟେଷ୍ଟର ମାନେ ଖାଇ ପରଖୁ ଥିଲେ । ତାପରେ ହିଟଲର ଏହାକୁ ଖାଉଥିଲେ ।

 

ହିଟଲର ଦିନ ୧୧ ଟା ଯାଏଁ ଶୋଇ ରହୁଥିଲେ। ନିଜ ଚାରିପାଖରର ଲୋକଙ୍କୁ ବିଳମ୍ବିତ ରାତି ଯାଏଁ ଜଗେଇକି ରଖୁଥିଲେ ।

୬ ଜୁନ ୧୯୪୪ର ବିଶ୍ୱଯୁଦ୍ଧ ସମୟରେ ହିଟଲରଙ୍କ ବିରୋଧୀ ସେନା ଫ୍ରାନ୍ସର ନରମେଣ୍ଡି ପ୍ରାନ୍ତରେ ପହଞ୍ଚିବା ବେଳକୁ, ହିଟଲର ଗଭୀର ନିଦରେ ଶୋଇଥିଲେ । ତାଙ୍କ ସହ କାମ କରୁଥିବା ଜେନେରାଲ ବହୁତ କଷ୍ଟରେ ତାଙ୍କ ନିଦ ଭାଙ୍ଗିଥିଲେ ।

ଇତିହାସକୁ ନା’ତ ବଦଳାଇ ହେବ ନା’ତ ଇତିହାସରୁ ମୁଁହମୋଡି ହେବ । ଆବଶ୍ୟକ କେବଳ ଏତିକି ଯେ ଇତିହାସର ଭଲ ପୃଷ୍ଠା ସବୁକୁ ଦେଖି ଖୁସି ଅନୁଭବ କରିବା ବେଳେ ଖୁନି ଇତିହାସରୁ କିଛି ଶିଖିବା ଦରକାର ।

 

ଇତିହାସର ପୃଷ୍ଠରେ ହିଟଲରଙ୍କର ରକ୍ତ ରଞ୍ଜିତ କାହାଣୀ ଆଜିବି ବର୍ଣ୍ଣିତ ହୋଇ ରହିଛି । ଭବିଷ୍ୟତରେ ଦୁନିଆକୁ ଦ୍ଵିତୀୟ ହିଟଲରର ସାମ୍ନା କେବେ ବି ନକରାଇବା ପାଇଁ ଦେଶ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ରକୁ ନେଇଥିବା ଅହଂକାରକୁ ଆମକୁ ଶେଷ କରିବାକୁ ପଡିବ ।

Leave A Reply

Your email address will not be published.