Latest Odisha News

BREAKING NEWS

ତ୍ୟାଗ ଓ ସମର୍ପଣର କାହାଣୀ ‘ବଳିଦାନ’

ଭୁବନେଶ୍ୱର: ଜାମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ତିକ୍ତତା । ଉଭୟ ଦେଶର ଏହି ତିକ୍ତତାରେ କେତେବେଳେ ସେନାର ପରାକ୍ରମରେ ଆତଙ୍କବାଦୀ ପ୍ରାଣ ହରାଉଥିବା ବେଳେ ଆଉ କେତେବେଳେ ଶହୀଦ ହେଉଛନ୍ତି ଯବାନ ।

ଏହି ଶହୀଦ ଯବାନଙ୍କ ତ୍ୟାଗ ଓ ସମର୍ପଣ ମନୋଭାବକୁ ନେଇ ତିଆରି ହୋଇଛି ଏକ କ୍ଷୁଦ୍ର ଓଡ଼ିଆ ଫିଲ୍ମ । ଏହି ପ୍ରୟାସ କରିଛନ୍ତି ଗୁଣୁପୁର ଅଞ୍ଚଳର କିଛି ଯୁବକ । ନିଜ ପକେଟ ମନିରୁ ଟଙ୍କା ସଂଚୟ କରି ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଏମାନେ । ଯାହାର ନାମ ରଖାଯାଇଛି ବଳିଦାନ ।

ଦେଶ ମାତୃକା ପାଇଁ ସେନାର ନିଃସ୍ୱାର୍ଥପର ଭଲପାଇବା, ତ୍ୟାଗ ଓ ସମର୍ପଣକୁ ଲୋକ ମାନଙ୍କୁ ଜଣାଇବା ପାଇଁ ଏହି ଛୋଟ ପିଲ୍ମଟି ତିଆରି କରିଥିବା କହିଛନ୍ତି ଏହାର ନିର୍ମାତା । ପିଲ୍ମଟି କେବଳ ୟୁଟ୍ୟୁବରେ ଉପଲବ୍ଧ ହେଉଛି ବୋଲି ସୂଚନା ଦେଇଛନ୍ତି ।

ଆଜିର ଯୁବପିଢିଙ୍କର ଦେଶ ପ୍ରତି ରହିଥିବା ଭକ୍ତି ଓ ସେନା ପ୍ରତି ରହିଥିବା ସମ୍ମାନ ଓ ଆଦରକୁ ଦେଖି ଗର୍ବ ଅନୁଭବ କରୁଥିବା କହିଛନ୍ତି ଗୁଣୁପୁର ଅଞ୍ଚଳବାସୀ ।

Leave A Reply

Your email address will not be published.