Latest Odisha News

BREAKING NEWS

ୟାସିନ ମଲ୍ଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହେଲା ଏନ୍‌ଆଇଏ

କାଶ୍ମୀର; ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ୟାସିନ ପୂର୍ବରୁ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ତାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଏନଆଇଏ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି।

ଏହା ପୂର୍ବରୁ ଏନ୍‌ଆଇଏ ଫାଶୀ ଦଣ୍ଡ ନେଇ ପ୍ରଥମେ ଟ୍ରାଏଲ କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେବାରୁ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ତଦନ୍ତକାରୀ ସଂସ୍ଥା।

ଏନ୍‌ଆଇର ଏହି ଆବେଦନର ଶୁଣାଣି ଆସନ୍ତା ସୋମବାର ହେବ। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ତଲୱନ୍ତ ସିଂହ ଏହାର ଶୁଣାଣି କରିବେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୨୦୨୨ ମେ’ ମାସରେ ୟାସିନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ ଦିଲ୍ଲୀର ଏକ କୋର୍ଟ।

ଏହି ମାମଲାରେ ହାଫିଜ ମହମ୍ମଦ ସୟିଦ, ଶବିର ଅହମଦ ଶାହ, ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସଲ୍ଲାହୁଦ୍ଦିନ, ରଶିଦ ଇଞ୍ଜିନିୟର, ଜହୋର ଅହମଦ ଶାହ ୱାଟାଲି, ଶାହିଦ ଉଲ ଇସଲାମ, ଅଲତାଫ ଅହମଦ ଶାହ, ନୟୀମ ଖାନ ଓ ଫାରୁକ ଅହମଦ ଦର ମଧ୍ୟ ରହିଛନ୍ତି। ଏମାନଙ୍କ ବିରୋଧରେ ମଧ୍ୟ ୟୁଏପିଏ ଲାଗିଛି।

Leave A Reply

Your email address will not be published.