Latest Odisha News

ପରିବା ଦର ହେଲା ଆକାଶଛୁଆଁ, ଖାଉଟୀ ହନ୍ତସନ୍ତ

ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ପରିବା ଦର । ଗରିବ ଲୋକର ସାହାରା କୁହାଯାଉଥିବା ଆଳୁ ପିଆଜରେ ବି ହାତ ମାରି ହେଉନାହିଁ ।

ବର୍ଷା ପାଇଁ ପରିବା ଦର ବଢିଥିବା ବେଳେ ଅତି ଆବଶ୍ୟକ ଆଳୁ, ପିଆଜର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମବଙ୍ଗରେ ଟ୍ରକ ଧର୍ମଘଟ ଫଳରେ ଅଚାନକ ଆଳୁ, ପିଆଜ ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି ।

ପିଆଜ ଦର ୩୫ ଟଙ୍କା ଛୁଇଁଥିବା ବେଳେ  ଆଳୁ ଅଢେଇ କିଲୋ ପିଛା ୪୦ ଟଙ୍କାରେ ପହଞ୍ଚିଛି। ଅବସ୍ଥା ଏମିତିକି ପରିବା ଉତ୍ପାଦନ ହେଉଥିବା ଯାଜପୁର, ଭଦ୍ରକ ଭଳି ସ୍ଥାନରେ ମଧ୍ୟ ପରିବାରେ ହାତ ମାରି ହେଉନାହିଁ ।

ବାଇଗଣ ଦର ୩୦, ଭେଣ୍ଡି ୨୦, ପୋଟଳ ୫୦, କଲରା ୪୦, ଟମାଟୋ ଦର ୪୦ ରହିଛି। ମହାରାଷ୍ଟ୍ରର ନାସିକରେ ବନ୍ୟା ସ୍ଥିତି ଉପୁଜିଥିବାରୁ ପିଆଜ ଚାଷୀ ପ୍ରଭାବିତ ହୋଇଛନ୍ତି। ଫଳରେ ସେଠାରେ ମଧ୍ୟ ପିଆଜର ପାଇକାରୀ ଦର ବୃଦ୍ଧି ପାଇଛି। ପିଆଜ ଆମଦାନୀ କମିଥିବାରୁ ଦର ବୃଦ୍ଧି ପାଇଛି।

Comments are closed.