ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
କଇଁକଇଁ ଧଡ଼ଧଡ଼
ଖଡ଼ଖାଡ଼ ସାଇଁସାଇଁ
ଖସ୍ଖାସ୍ ସିରିସିରି
ମଡ଼୍ମଡ଼୍ ଢାଉଁଢାଁଉଁ
ଫଟ୍ଫଟ୍ ଡିବିଡିବି
ଠକ୍ଠକ୍ ଛୁକ୍ଛୁକ୍
ଠନ୍ଠନ୍ ଝାଇଁଝାଇଁ
ଗଁ ଗଁ ଠୁକୁଠୁକୁ
ସୁସୁ ଧୂମ୍ଧାମ୍
ସମୋଚ୍ଚାରିତ ଶବ୍ଦ
ଅଂସ – କାନ୍ଧ ଚୁଡ଼ା – ଖାଦ୍ୟବିଶେଷ
ଅଂଶ – ଭାଗ ଚୂଡ଼ା – ଶୀର୍ଷ, ଅଗ୍ରଭାଗ
କୁଳ – ବଂଶ ଜମକ – ଆଡ଼ମ୍ବର
କୂଳ – ତଟ ଯମକ – ଅଳଙ୍କାର
ଦିନ – ଦିବସ ଜାତ – ଜନ୍ମ
ଦୀନ – ଦରିଦ୍ର ଯାତ – ଯାତ୍ରା
ବିଷ – ଗରଳ ପୁତ – ପୁଅ
ବିସ – ପଦ୍ମନାଡ଼ ପୂତ – ପବିତ୍ର
ବଳୀ – ବଳବାନ ବେଳା – ସମୁଦ୍ରକୂଳ
ବଳି – ପୂଜାସାମଗ୍ରୀ ବେଳା – ସମୟ
ନିତି – ସବୁଦିନ ସମ – ସମାନ
ନୀତି – ବିଧି, ନିୟମ ଶମ – ଶାନ୍ତି
ଶର – ତୀର ସାପ – ସର୍ପ, ସରୀସୃପ
ସର – କ୍ଷୀରସର ଶାପ – ଅଭିଶାପ
ସୁର – ଦେବତା ସ୍କନ୍ଦ – କାର୍ତ୍ତିକେୟ
ଶୂର – ବୀର ସ୍କନ୍ଧ – କାନ୍ଧ
ସକଳ – ସମସ୍ତ ସୂଚି – ଛୁଞ୍ôଚ
ଶକଳ – ଖଣ୍ଡ ଶୁଚି – ପବିତ୍ର
ସଂକର – ମିଶ୍ରିତ ଅସି – ଖଣ୍ଡା
ଶଙ୍କର – ଶିବ ଅଶୀ – ସଂଖ୍ୟାବିଶେଷ
ଆଭାଷ – ଭାଷଣ ଆଭାସ – ଇଙ୍ଗିତ
ଭିନ୍ନାର୍ଥବୋଧକ ଶବ୍ଦ
ଓଡ଼ିଆ ଭାଷାରେ ଏମିତି ଗୋଟିଏ ଗୋଟିଏ ଶବ୍ଦର ବ୍ୟବହାର ରହିଛି ଯାହାର କି ଭିନ୍ନ ଭିନ୍ନ ଅର୍ଥ ବା ଅନେକ ଅର୍ଥ ଅଛି । ଏହିସବୁ ଶବ୍ଦକୁ ଭିନ୍ନାର୍ଥବୋଧକ ବା ଅନେକାର୍ଥବୋଧକ ଶବ୍ଦ କୁହାଯାଇଥାଏ ।
ଅଙ୍କ- ସଂଖ୍ୟା, ଗଣିତ, କୋଳ,କଳଙ୍କ, ନାଟକର ଅଂଶ ।
ଗୁରୁ- ଶିକ୍ଷକ, ଶ୍ରେଷ୍ଠ, ଓଜନିଆ. ବୃହସ୍ପତି, ପିତା ।
ମଧୁ- ମହୁ, ମଧୁର, ଫୁଲରସ, ମଦ, ବସନ୍ତ ।
ଅଜା- ମା’ ବା ବୋଉଙ୍କ ବାପା, ମାଈଛେଳି ।
ଅର୍ଥ- ଧନ, ଉଦ୍ଦେଶ୍ୟ, ମୁଦ୍ରା, ପ୍ରୟୋଜନ, ତାତ୍ପର୍ଯ୍ୟ ।
କଟକ- ନଗର, ଶିବିର, ଦୁର୍ଗ, ବଳୟ, ରାଜଧାନୀ ।
ଘନ- ବହଳ, ଜମାଟ, ନିବିଡ଼, ମେଘ ।
ଛନ୍ଦ- ଛଳନା(କପଟ), ପଦ୍ୟର ରାଗ, ଗାଈଗୋରୁଙ୍କ ଗୋଡ଼ରେ ବନ୍ଧା ଦଉଡ଼ି ।
ଭୂତ- ଅତୀତ, ପରିଣତ, ପ୍ରେତ, ପ୍ରାଣୀ, ପଞ୍ଚମହାଭୂତ ।
ବର- ସ୍ୱାମୀ, ବୃକ୍ଷବିଶେଷ, ଶ୍ରେଷ୍ଠ, ଉତ୍କୃଷ୍ଟ, ଆଶୀର୍ବାଦ ।
ଯୋଗ- ମିଶାଣ, ମିଳନ, ସମ୍ପର୍କ, ଶୁଭକାଳ, ଧ୍ୟାନ ବା ତପସ୍ୟା ।
ଶ୍ରୀ- ସୌନ୍ଦର୍ଯ୍ୟ, ସୌଭାଗ୍ୟ, ସରସ୍ୱତୀ, ଲକ୍ଷ୍ମୀ, ଐଶ୍ୱର୍ଯ୍ୟ ।
ହରି- ବି୩⁄୪ୁ, ଚନ୍ଦ୍ର, ସିଂହ, ମୟୂର, ସୂର୍ଯ୍ୟ ।
ଦଣ୍ଡ- ଶାସ୍ତି, ଜୋରିମାନା, ବ୍ୟାୟାମ ବିଶେଷ, ଯଷ୍ଟି, ମୁହୂର୍ତ୍ତ ।
କାଳ- ସମୟ, ଯମ, ମୃତ୍ୟୁ, କ୍ରିୟାର ସମୟଜ୍ଞାପକ ବିଭାଗ ।
ଭାଷା ପରିବର୍ତ୍ତନଶୀଳ । ଆମ ଭାଷାରେ ବ୍ୟବହାର ହେଉଥିବା ଶବ୍ଦ ଓ ଶବ୍ଦାର୍ଥର ପ୍ରୟୋଗରୀତି ସମୟାନୁସାରେ ସର୍ବଦା ପରିର୍ବନଶୀଳ । ଭାଷାରେ ଅର୍ଥ ପରିବର୍ତ୍ତନ ବି ଏ ସ୍ୱାଭାବିକ ପ୍ରକ୍ରିୟା । ଭାଷାର ଅର୍ଥ ବିଶ୍ଲେଷଣ ମାଧ୍ୟମରେ ଭାଷାରେ ବ୍ୟବହାର ହେଉଥିବା ଶବ୍ଦଗୁଡ଼ିକର ସଙ୍କୋଚନ, ସମ୍ପ୍ରସାରଣ, ଲୋପ ଓ ଆଗମ ଆଦି ପଦ୍ଧତି ଅନୁସାେରେ ଶବ୍ଦ ପ୍ରୟୋଗରେ ଅର୍ଥ ପରିର୍ବନ ବିଷୟରେ ଆଲୋଚନା ହୋଇଥାଏ ।
ଶବ୍ଦର ଅନ୍ତର୍ନିହିତ ରୂପ ତାହାର ଅର୍ଥ । ଶବ୍ଦର ଅର୍ଥ ତାହାର ପ୍ରୟୋଗରୁ ହିଁ ପ୍ରକାଶ ପାଇଥାଏ । ଶବ୍ଦ ସାଧାରଣତଃ ଏକ ବ୍ୟାକରଣିକ ଉପାଦାନ । ଆମ ଓଡ଼ିଆ ଭାଷାରେ ବ୍ୟବହାର ହେଉଥିବା ଶବ୍ଦର ଗଠନ ପଦ୍ଧତିକୁ ରୂପତାତ୍ତ୍ୱିକ ଆଧାରରେ ବର୍ଣ୍ଣନା ଓ ବିଶ୍ଲେଷଣ କରାଯାଇଛି ଯଥା: ମୁକ୍ତରୂପ ଓ ବଦ୍ଧରୂପ। ଅର୍ଥପୂର୍ଣ୍ଣ ମୁକ୍ତରୂପ ହେଉଛି ଶବ୍ଦ । ମୁକ୍ତରୂପ ସହ ପ୍ରତ୍ୟୟ ଯୋଗ କରାଯାଇ ନୂଆ ଶବ୍ଦ ଗଠନ କରାଗଲେ ତାହା ବଦ୍ଧରୂପ । ଶବ୍ଦଗଠନ ଅନୁସାରେ ଓଡ଼ିଆ ଶବ୍ଦଗୁଡ଼ିକ ତିନିପ୍ରକାରର । ଯେମିତିକି (କ) ସରଳଶବ୍ଦ (ଘର,
ବାଡ଼ି, ଗଛ), (ଖ) ଜଟିଳ ଶବ୍ଦ(ଘରୁଆ, ବାଡ଼ିରେ, ଗଛରୁ), (ଗ) ଯୌଗିକ ଶବ୍ଦ- ବ୍ୟାକରଣ ବହି, ଜୀବନ ସାଥୀ, ବର୍ଷାଦିନିଆ ଛତୁ । ଓଡ଼ିଆରେ ବ୍ୟବହାର ହେଉଥିବା ଶବ୍ଦ ଶ୍ରେଣୀ ବାକ୍ୟତାତ୍ତ୍ୱିକ(ଝଚ୍ଚଦ୍ଭଗ୍ଧବମଗ୍ଧସମ) ଆଧାରରେ ତିନିପ୍ରକାର । ଯଥା- କ) ବିଶେଷ୍ୟ, ସର୍ବନାମ, ବିଶେଷଣ, ଖ) କ୍ରିୟା, ଗ) କ୍ରିୟାବିଶେଷଣ ଓ ଅବ୍ୟୟ । ପାରମ୍ପରିକ ବ୍ୟାକରଣିକ ବିଚାରରେ ଓଡ଼ିଆ ଶବ୍ଦଗୁଡ଼ିକ ତତ୍ସମ, ତଦ୍ଭବ, ଦେଶଜ, ବୈଦେଶିକ ବା ଯାବନିକ କ୍ରମରେ ଚାରିଭାଗରେ ବିଭକ୍ତ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଷଷ୍ଠଖଣ୍ଡ,
“ଶବ୍ଦ ହେଉଛି ବିଭକ୍ତି ରହିତନାମ, ଅର୍ଥବୋଧକ ଧ୍ୱନି, ଶବ୍ଦ ବାକ୍ୟରେ ଅଙ୍ଗବାକ୍ୟ, ଶବ୍ଦର ଶରୀର ଏବଂ ଧାତୁଆଦି ସଙ୍ଗେ ଉପସର୍ଗ, ଉପପଦ ବା ପ୍ରତ୍ୟୟାଦି ଯୁକ୍ତ କରାଯାଇ ଶବ୍ଦ ଉତ୍ପନ୍ନ କରାଯାଏ ଓ ଉକ୍ତ ମୌଳିକ
ଶବ୍ଦ ଭିନ୍ନ ଭିନ୍ନ ବିଭକ୍ତି, ଲିଙ୍ଗ, ବଚନ ଓ କାରକରେ ଭିନ୍ନ ଭିନ୍ନ ରୂପ ଧାରଣ କରେ ଏବଂ ମୂଳ ଶବ୍ଦରେ ବିଭକ୍ତିଯୁକ୍ତ ହେଲେ ତାହା ପଦ ହୁଏ । ଶବ୍ଦ ପ୍ରୟୋଗରେ ଶବ୍ଦର ଭିନ୍ନ ଭିନ୍ନ ଅର୍ଥକୁ ଆଧାର କରି ଶବ୍ଦ ବିଭାଗଗୁଡ଼ିକ ହେଉଛି-୧) ସମୋଚ୍ଚାରିତ ଭିନ୍ନାର୍ଥକ ଶବ୍ଦ, ୨) ଅନେକାର୍ଥକ ଶବ୍ଦ, ୩) ବିପରୀତାର୍ଥବୋଧକ ଶବ୍ଦ, ୪) ଏକାର୍ଥବୋଧକ ଶବ୍ଦ ବା ପ୍ରତିଶବ୍ଦ , ୫) ବିଭିନ୍ନ ଅର୍ଥରେ କ୍ରିୟା ଶବ୍ଦର ପ୍ରୟୋଗ , ୬) ଯୌଗିକ କ୍ରିୟା , ୭) କ୍ରିୟାଯୁକ୍ତ ରୁଢ଼ି ଶବ୍ଦ, ୮)ଯୁଗ୍ମ ଶବ୍ଦ, ୯) କ୍ରିୟାବିଶେଷ ଶବ୍ଦ ଓ ୧୦) ସଂଖ୍ୟାବାଚକ ଶବ୍ଦ ଇତ୍ୟାଦି । ଆମ ଭାଷାରେ ପ୍ରଚଳିତ କେତେକ ବିଶିଷ୍ଟାର୍ଥକ ଶବ୍ଦାବଳୀ, ଯେଉଁ ଗୁଡ଼ିକର ଗଠନ ବୈଶିଷ୍ଟ୍ୟ ସହ ପ୍ରୟୋଗ ବୈଚିତ୍ର୍ୟ ମଧ୍ୟ ଅଛି ସେଗୁଡ଼ିକୁ ଆମେ ରୁଢ଼ି କହୁ । ଏହାକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ଷଷ୍ଠଖଣ୍ଡ, ପୃ- ୭୧୬୭ ରେ କୁହାଯାଇଛି “ଶବ୍ଦର ଅର୍ଥବୋଧକ ଶକ୍ତିବିଶେଷ ଏବଂ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ଛଡ଼ା ଅନ୍ୟ ।”
Comments are closed.