Latest Odisha News

BREAKING NEWS

ଆଇପିଏଲ ଫାଇନାଲକୁ ଡିଜିଟାଲରେ ଉପଭୋଗ କଲେ ରେକର୍ଡ ସଂଖ୍ୟକ ଦର୍ଶକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଉପଭୋଗ କରିଛନ୍ତି । ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚକୁ ୧୨କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଛନ୍ତି । ରିଲାଏନ୍ସ ଜିଓର ଡିଜିଟାଲ ପ୍ଲାଟଫର୍ମ ଜିୟୋ ସିନେମାରେ ୩.୨୧ କୋଟି ଲୋକ ଏକସଙ୍ଗରେ ମ୍ୟାଚ ଦେଖିବା ଯୋଗୁ ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି । ପୂର୍ବରୁ ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚକୁ ୨.୫୭ କୋଟି ଦର୍ଶକ ଦେଖିଥିଲେ । ୨୦୨୩ ଆଇପିଏଲ ପୂର୍ବରୁ ଡିଜନୀ ଓ ହଟଷ୍ଟାରରେ ୨୦୧୯ରେ ୨.୫ କୋଟି ଦର୍ଶକ ଏହାକୁ ଉପଭୋଗ କରିଥିଲେ ।

ଜିଓ ସିନେମା ସ୍ପନଶର ଓ ଆଡଭଟାଇଜର୍ସଙ୍କୁ ମନଲୋଭ ଅଫର ଦେଇଥିଲା । ବିସିସିଆଇ ପ୍ରଥମ ଥର ପାଇଁ ଆଇପିଏଲ ପ୍ରସାରଣ ପାଇଁ ଅଲଗା ଅଲଗା ରାଇଟ୍ସ ପ୍ରଦାନ କରିଥିଲା । ଟିଭିରେ ଆଇପିଏଲର ସିଧା ପ୍ରସାରଣ ଡିଜନୀ ଷ୍ଟାରକୁ ପ୍ରଦାନ କରାଯାଇଥିବା ବେଳେ ଡିଜାଟାଲ ଲାଇଭ ରିଲାଏନ୍ସର ଭାୟାକମ ୧୮କୁ ପ୍ରଦାନ କରାଯାଇଥିଲା । ଜିଓ ସିନେମା ୧୨ଟି ଓ ଷ୍ଟାର ସ୍ପୋର୍ଟ୍ସରେ ୯ଟି ଭାଷାରେ ଏହାର କଂମେଂଟ୍ରି କରାଯାଇଥିଲା ।

Leave A Reply

Your email address will not be published.