Latest Odisha News

BREAKING NEWS

୩ ଦିନ ଧରି ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ମହୋତ୍ସବ

ଭୁବନେଶ୍ୱର : ସରିଯାଇଛି ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଶୀତଳ ଷଷ୍ଠୀ ମହୋତ୍ସବ । ଶିବାଂଶୀ ଫାଉଣ୍ଡେସନ ପଶ୍ଚିମ ଓଡ଼ିଶା ବୁଦ୍ଧିଜୀବୀ , ମିଶନ ଶକ୍ତିର ସଦସ୍ୟା ଓ ମହିଳା ଉଦ୍ୟୋଗୀମାନଙ୍କ ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଜୁନ ୧ ରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ମହୋତ୍ସବ ଆୟୋଜିତ ହେବ ।

ଏହି ଅବସରରେ ଆୟୋଜିତ ଉଦ୍ୟୋଗୀ ମେଳାରେ ପାରମ୍ପରିକ ଓଡ଼ିଆ ପିଠାପଣା , ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ, ହସ୍ତତନ୍ତ ଓ ହସ୍ତକଳା ସହିତ ଫ୍ୟାସନ ଓ ଲାଇଫଷ୍ଟାଇଲ ସାମଗ୍ରୀ ବିଭିନ୍ନ ଷ୍ଟଲରେ ପ୍ରଦର୍ଶିତ ହେବ। ୧ ତାରିଖ ସନ୍ଧ୍ୟା ୬:୩୦ ରେ ଏହି ଉଦ୍ୟୋଗୀ ମେଳା ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ଦ୍ଵାରା ଉଦଘାଟିତ ହେବାକୁ ଥିବା ବେଳେ, ୨ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶାରଦା ନାୟକ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବେ । ଏହି ମହୋତ୍ସବରେ ଉଦ୍ୟୋଗୀ ମେଳା, ସମ୍ବଲପୁରୀ ବସ୍ତ୍ରକୁ ନେଇ ଫ୍ୟାସନ ଶୋ ମଧ୍ୟ ଅୟୋଜିତ ହେବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.