Latest Odisha News

BREAKING NEWS

ଜାମିନ ମିଳିବା ସତ୍ୱେ ପତ୍ନୀଙ୍କୁ ଭେଟି ପାରିଲେନି ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିବା ସତ୍ୱେ ସେ ତାଙ୍କ ପତ୍ନୀଙ୍କୁ ଭେଟି ପାରି ନାହାନ୍ତି । ଶନିବାର ସକାଳେ ପତ୍ନୀ ସୀମାଙ୍କୁ ଭେଟବା ପାଇଁ ସିସୋଡିଆ ଘରେ ପଂହଚିଥିଲେ । ମାତ୍ର ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡିଯିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସିସୋଡିଆ ଘରୋ ସକାଳ ୧୦ରୁ ସନ୍ଧ୍ୟା ୫ଟା ମଧ୍ୟରେ ପତ୍ନୀଙ୍କୁ ଭେଟିବା ପାଇଁ ଅନୁମତି ମିଳିଥିଲା । ବିଚାରପତି ଦୀନେଶ ଶର୍ମାଙ୍କ ବେଂଚ ତିହାର ଜେଲର ଅଧୀକ୍ଷକଙ୍କୁ ସିସୋଦିଆଙ୍କୁ ସୁରକ୍ଷା ସହ ଘରକୁ ନେବା ପାଇଁ ଆଦେଶ ଦେଇଥିଲେ ।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ପାରିବେ ନାହିଁ କିମ୍ବା ଇଂଟରନଟର ବ୍ୟବହାର କରିପାରିବେନି । ସୂଚନାଯୋଗ୍ୟ,ସୀମା ମଲଟିପଲ ସ୍କେଲେରୋସିସରେ ନାମକ ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ । ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜୁଡିଶିଆଲ କଷ୍ଟଡି ୬ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଇତି ମଧ୍ୟରେ ରାଉଜ ଏଭେନ୍ୟୁ କୋର୍ଟ ସିବିଆଇଙ୍କୁ ସିସୋଦିଆଙ୍କ ବିରୋଧରେ ସମସ୍ତ ଅଭିଯୋଗ ପ୍ରମାଣପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.