Latest Odisha News

BREAKING NEWS

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ

ଭୁବନେଶ୍ୱର: ବଢିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା  । ଦିନ ୨ଟା ସୁଦ୍ଧା ଆସିଥିବା ତଥ୍ୟ ଦେଇଛି ରେଳ ବିଭାଗ । ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ଏବେ   ୨୮୮କୁ ବୃଦ୍ଧି ପାଇଛି ।   ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣଙ୍କ ଅବସ୍ଥା  ଗୁରୁତର ରହିଛି । ସେମାନଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।

ଏହା ପୂର୍ବରୁ ମଧ୍ୟ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଥିବା କୁହାଯାଇଥିଲା। । ଏବେ ମୃତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  ସେହିପରି ସରକାରୀ ସୂଚନା ଆନୁସାରେ ଦୁର୍ଘଣଟାରେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଗୋପାଳପୁର,ଖନ୍ତାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ ସୋର ଡାକ୍ତରଖାନାକୁ ନିଆଯାଇଛି।

ସୂଚନାଥାଉ କି, ଗତକାଲି ସନ୍ଧ୍ୟା ୭ଟାରେ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ  ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇଥିଲା । ଆଉ ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ମଧ୍ଯ କରମଣ୍ଡଳ ଏକ୍ସପ୍ରେସକୁ ଧକ୍କା ଦେଇ ଲାଇନଚ୍ୟୁତ୍ ହୋଇଥିଲା । ୩ଟି ଟ୍ରେନ୍ ପରସ୍ପର ଧକ୍କା ହେବା ଫଳରେ ଟ୍ରାକରୁ ଏକାଧିକ ବଗି ଏଣେତେଣେ ଖସି ଯାଇଥିଲା ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ଟାରେ ଦୁର୍ଘଟଣା ହୋଇଛି। ଦୁଇଟି ଟ୍ରେନ୍‌ରେ ୧୭ଟି କୋଚ୍‌ ନଷ୍ଟ ଲାଇନ ଚ୍ୟୁତ୍ ହୋଇ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାପି ହୋଇ ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ୭ ଏନ୍‌ଡିଆର୍‌ଏଫ୍ ଟିମ୍‌, ୫ ଓଡ୍ରାଫ୍ ୟୁନିଟ ଓ ୨୪ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ୟୁନିଟ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

 

Leave A Reply

Your email address will not be published.