Latest Odisha News

ଓଜନ ହ୍ରାସ କରାଏ ଆମ୍ବ, ଜାଣନ୍ତୁ ଖାଇବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଫଳଙ୍କ ରାଜା ହେଉଛି ଆମ୍ବ। କାରଣ ଆମ୍ବ ଖାଇବାକୁ ଯେତେ ସ୍ୱାଦ ଏହା ସ୍ୱାସ୍ଥ୍ୟ ପାଇଁ ସେତେ ଲାଭଦାୟକ। ପ୍ରାୟତଃ ଲୋକେ ଚିନ୍ତା କରନ୍ତି ଯେ ଆମ୍ବ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍। ଯଦି ଆମ୍ବ ସଠିକ୍ ସମୟରେ ଏବଂ ସଠିକ୍ ଉପାୟରେ ଖିଆଯାଏ, ତେବେ ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୁଏ ନାହିଁ।

ଆମ୍ବରେ ସମସ୍ତ ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଲାଭଦାୟକ। ଗୋଟିଏ କପ୍ କଟା ଆମ୍ବରେ ୯୯ କ୍ୟାଲୋରୀ, ୧.୪ ଗ୍ରାମ ପ୍ରୋଟିନ୍, ୨୫ ଗ୍ରାମ କାର୍ବସ୍, ୨୨.୫ ଗ୍ରାମ ଚିନି, ୨.୬ ଗ୍ରାମ ଫାଇବର, ୬୭% ଭିଟାମିନ୍ ସି, ୧୮% ଫୋଲେଟ୍, ୧୦% ଭିଟାମିନ୍ ଏ ଏବଂ ୧୦% ଭିଟାମିନ୍ ଇ ଥାଏ। ଏହା ବ୍ୟତୀତ ଏଥିରେ କିଛି ପରିମାଣରେ କ୍ୟାଲସିୟମ୍, ଜିଙ୍କ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ।

ଆମ୍ବ ଗ୍ଲାଇସେମିକ୍ ଇଣ୍ଡେକ୍ସ- ରକ୍ତ ଶର୍କରା ଉପରେ ଯେକୌଣସି ଖାଦ୍ୟର ପ୍ରଭାବ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ) ରାଙ୍କ ମାଧ୍ୟମରେ ଜଣାଶୁଣା। ଏହା ୦-୧୦୦ ସ୍କେଲରେ ମାପ କରାଯାଏ। ୫୫ ରୁ କମ୍ ଥିବା ଯେକୌଣସି ଖାଦ୍ୟ ଏହି ସ୍କେଲରେ କମ୍ ଶର୍କରା ଭାବରେ ବିବେଚନା କରାଯାଏ। ଏହି ଖାଦ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ବୋଲି କୁହାଯାଇଛି। ଆମ୍ବର GI ରାଙ୍କ ହେଉଛି ୫୧, ଯାହାର ଅର୍ଥ ମଧୁମେହ ରୋଗୀମାନେ ମଧ୍ୟ ଏହାକୁ ଖାଇପାରିବେ।

ଓଜନ ହ୍ରାସ କରିବାକୁ ହେଲେ କିପରି ଆମ୍ବର ସେବନ କରିବେ…
ଆମ୍ବ ସେବନ କମ କରନ୍ତୁ- ଆମ୍ବରେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଏବଂ ଫାଇବର ଭରପୁର ଥାଏ। ଯଦି ଆପଣ ଓଜନ ହ୍ରାସ କରିବା କଥା ଭାବି ଆମ୍ବ ଖାଇବାରୁ ଡରୁଛନ୍ତି ତେବେ ଏହା ଭୁଲ। ଆପଣ ସଠିକ ପରିମାଣରେ ଆମ୍ବ ଖାଇଲେ ଓଜନ ବୃଦ୍ଧି ହେବ ନାହିଁ। କିନ୍ତୁ ଏହାକୁ କମ ଖାଇବାକୁ ଚେଷ୍ଟା କରିବେ। ଯଦି ଅଧିକ ଆମ୍ବ ଖାଆନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ପାରେ।

ଭଜନ ପରେ ଆମ୍ବ ଖାଆନ୍ତୁ ନାହିଁ । କାରଣ ଭଜନ କରିବା ପରେ ଆମ୍ବ ସେବନ କଲେ ଶରୀରରେ କ୍ୟାଲୋରୀର ମାତ୍ରା ବଢିଥାଏ। ଦ୍ୱିପ୍ରହରରେ ଆମ୍ବ ଖାଇବା ଉଚିତ୍। ଯଦି ଆପଣ ଏକ ପାତ୍ର ଆମ୍ବକୁ ସ୍ନାକ୍ସ ବା ସାଲାଡ୍ ଭାବରେ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଆମ୍ବରେ ଡାଏଟାରୀ ଫାଇବର ପ୍ରଚୁର ପରିମାଣରେ ଥାଏ। ଏଥିସହ ଆମ୍ବ ଏକ ଶକ୍ତି ବୃଦ୍ଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ। ପ୍ରି-ୱାର୍କଆଉଟ୍ ଖାଦ୍ୟ ଭାବରେ ଆମ୍ବ ଖାଇବା ଭଲ। ଆମ୍ବ ରସ କିମ୍ବା ଆମ୍ବ ସେକ୍ ପରିବର୍ତ୍ତେ ଏହାକୁ ସାଧାରଣ ଉପାୟରେ ଖାଆନ୍ତୁ। ଆମ୍ବ ଜୁସ ତିଆରି କରି ପିଇବା ଦ୍ୱାରା ଏଥିରେ ଥିବା ସମସ୍ତ ଫାଇବରକୁ ନଷ୍ଟ ହୋଇଯାଏ। ଯାହା ଶରୀର ପ୍ରତି କ୍ଷତିକାରକ।

Comments are closed.