ମୁମ୍ବାଇ: ତିରୁପତି ବାଲାଜୀ ମନ୍ଦିର ପରିସରରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଚୁମ୍ବନ ଦେଲେ ନିର୍ଦ୍ଦେଶକ ଓମ୍ ରାଉତ । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ପ୍ରଶଂସକମାନେ ନାପସନ୍ଦ କରିଛନ୍ତି ।
ମଙ୍ଗଳବାର ଫିଲ୍ମ ‘ଆଦିପୁରୁଷ’ର ପ୍ରି ରିଲିଜ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ଫିଲ୍ମର ପୂରା ଟିମ୍ ତିରୁମାଲାସ୍ଥିତ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ମନ୍ଦିର ପରିସରରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଆଲିଙ୍ଗନ କରି ନିର୍ଦ୍ଦେଶକ ଓମ୍ ରାଉତ ଚୁମ୍ବନ ଦେଉଥିବା ନଜର ଆସିିଥିଲେ । ଏହାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ମନ୍ଦିର ପରିସରରେ ନିର୍ଦ୍ଦେଶକଙ୍କ ଏପରି ଆଚରଣକୁ ଲୋକେ ନାପସନ୍ଦ କରିଛନ୍ତି । ଏହି ଘଟଣାକୁ ଆନ୍ଧ୍ରପ୍ରଦେଶର ବିଜେପି ରାଜ୍ୟ ସମ୍ପାଦକ ରମେଶ ନାଇଡୁ ମଧ୍ୟ ନିନ୍ଦା କରିଛନ୍ତି । ଫିଲ୍ମ ଆଦିପୁରୁଷ ଜୁନ ୧୬ରେ ରିଲିଜ୍ ହେବ । ଏହା ପୂର୍ବରୁ ଏଭଳି ବିବାଦ ହେବା ନିର୍ମାତାଙ୍କ ପାଇଁ ଚିନ୍ତା କାରଣ ପାଲଟିଛି ।
Comments are closed.