Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୫-୦୮-୨୦୧୯ ରବିବାର

ଆଜି ଦିନର ମହତ୍ତ୍ୱ.

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୨୫ ରିଖ ରବିବାର ସିଂହ ୦୯ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜି: କଳମ୍ବୀ ଶାଗ ଖାଇବା ନିଷେଧ

ମେଷ : ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖ ପ୍ରଦ ହେବ ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।ଦେହ ମନ ସୁସ୍ଥ ରହିବ ।ସାଙ୍ଗଠନିକ କାର୍ଯ୍ୟର ନେତୃତ୍ବ ନେଇ ପ୍ରଶଂସିତ ହେବେ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।

ବୃଷ : ବକେୟା ଅର୍ଥ ପାଇଁ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି। ।ପାରିବାରିକ ସମସ୍ଯାକୁ ନେଇ ଚିନ୍ତିତ ହେବେ ।ପିଲାମାନଙ୍କର ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ।ସ୍ଥଗିତ କାମ ପାଇଁ ଦୋଷି ସାବ୍ଯସ୍ତ ହେବେ ।

ମିଥୁନ : ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ବ୍ଯବସାୟ ବାଣିଜ୍ୟ ଦିଗରେ ଶୁଭ ଫଳ ପାଇବ ।ବିଭିନ୍ନ ସୁତ୍ରରୁ ଆୟ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

କର୍କଟ :ସନ୍ଦେହ ଓ ଭୁଲ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ଝଞ୍ଜା ଦେଖା ଦେବ ।ସତକଥା କହି ଦୋସି ସାବ୍ଯସ୍ତ ହେବେ ତେଣୁ ଯଗି ରଖି ଚଳନ୍ତୁ ।ଜମିଜମା କ୍ଷେତ୍ରରେ ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।

ସିଂହ: ସୁ ସ୍ବାଦୁ ଭୋଜନ ମିଳିବ ।ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ ।ଶରୀର ସୁସ୍ଥ ରହିବ ।ବ୍ଯବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।

କନ୍ୟା : ସାଂସାରିକ ଜୀବନ ସୁଖମୟ ହେବ
ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ଶରୀର ସୁସ୍ଥ ରହିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ଅଳ୍ପ ପରିଶ୍ରମରେ ଅଧିକ ଉପାର୍ଜନ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।

ତୁଳା : ପାରିବାରିକ ସମସ୍ଯା ଆପଣଙ୍କୁ ବ୍ୟସ୍ତ ବିବ୍ରତ ହେବେ ।ଧାର କରଜ କରିବାକୁ ବାଧ୍ୟ ହେବେ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ସାଧାରଣ କଥାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ ।ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।

ବିଛା : ବିନା କାରଣରେ ଦୋଷି ସାବ୍ଯସ୍ତ ହେବେ ତେଣୁ ଯଗି ରଖି ଚଳନ୍ତୁ ।ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ପ୍ରତ୍ୟେକ ଦିଗରୁ ଅସମ୍ମାନିତ ହେବାର ସମ୍ଭାବନା ରହିଛି।

ଧନୁ: ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।କର୍ମ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ ।ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ବ୍ଯବସାୟରେ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ପାଇବେ ।

ମକର: ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବ ।ସୁ ସ୍ବାଦୁ ଭୋଜନମିଳିବ ।ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।ଜନ ହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ ।

କୁମ୍ଭ: ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ ।ଆଯ ଅପେକ୍ଷା ବ୍ଯୟ ଅଧିକ ହେବ ।ତରବରିଆ ଭାବରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ।ନିଜର ଲୋକମାନେ ବିଶ୍ବାସ ଘାତକତା କରିବେ ।ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ ।

ମୀନ : ଧନ ଜୀବନ ପ୍ରତି ବିପଦ ରହିଛି ।ନିଜର ଲୋକମାନେ ସମସ୍ଯା ସୃଷ୍ଟି କରିବେ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହୋଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ନଚେତ୍ ଅସୁବିଧା ପଡିପାରନ୍ତି ।

Leave A Reply

Your email address will not be published.