ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ପରେ ଭୁବନେଶ୍ୱରରେ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇବାରେ ଟାଟା ପାଓ୍ୱାର ବିଫଳ ହେବାକୁ ନେଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି।
କଂଗ୍ରେସ ଅଭିଯୋଗ କରିଛି ଯେ ଟାଟା ପାଓ୍ୱାର ଓଡ଼ିଶାରେ ଅନିୟନ୍ତ୍ରିତ କ୍ଷମତା ହାସଲ କରିଛି ଏବଂ ରାଜ୍ୟ ସରକାରଙ୍କର ଏହା ଉପରେ କୌଣସି ନିୟନ୍ତ୍ରଣ ନାହିଁ।
ବିଦ୍ୟୁତ୍ ତାର ଛିଣ୍ଡିବା ଘଟଣାରେ ପ୍ରତିକ୍ରିୟାରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ, କହିଛନ୍ତି, କାଳବୈଶାଖୀ ସମୟରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଭୁବନେଶ୍ୱର ବାସୀଙ୍କ ଦୁର୍ଦ୍ଦଶା ସ୍ପଷ୍ଟ ସୂଚାଉଛି ଯେ ଟାଟା ପାଓ୍ୱାର ଉପରେ ଓଡ଼ିଶା ଶକ୍ତି ବିଭାଗର ନିୟନ୍ତ୍ରଣ ନାହିଁ।
ପଟ୍ଟନାୟକ ଆହୁରି କହିଛନ୍ତି, କୌଣସି କର୍ପୋରେଟ ସଂସ୍ଥାକୁ ଅତ୍ୟଧିକ କ୍ଷମତାଶାଳୀ ହୋଇଯାଏ ସେତେବେଳେ ଗ୍ରାହକଙ୍କଠୁ ଅତ୍ୟଧିକ ବିଲ୍ ହୁଏ, ମନଇଚ୍ଛା ଟଙ୍କା ଆଦାୟ କରେ, ଏପରିକି ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟି ଦିଏ, ଆଉ ଯଦି ମନ୍ତ୍ରୀ ସେମାନଙ୍କୁ ସପକ୍ଷରେ ସପକ୍ଷରେ ରୁହନ୍ତି, ତା’ପରେ ଗ୍ରାହକମାନେ ଭାଗ୍ୟ ଉପରେ ନିର୍ଭରଶୀଳ ହୋଇପଡ଼ନ୍ତି। ଏଥିରୁ ଶକ୍ତି ବିଭାଗର ଅପାରଗତା ଓ ଟାଟା ପାଓ୍ୱାର ଉପରେ ତା’ର ନିୟନ୍ତ୍ରଣ ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।
ତେବେ ଶାସକ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛି। ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଏହା ଏକ ସ୍ୱାଭାବିକ ଘଟଣା। କାଳବୈଶାଖୀ ସମୟରେ ଟ୍ରାନ୍ସମିସନ କେବୁଲ ଗୁଡିକ ନଷ୍ଟ ହେବାର ଆଶଙ୍କା ଥାଏ। ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବ୍ୟବସ୍ଥା ଓ ତଦାରଖକାରୀ ସଂସ୍ଥା ରହିଛି। ସେମାନେ ଆବଶ୍ୟକ ପଦକ୍ଷେପ ନେବେ।
ଗୁରୁବାର ଏହି କାଳବୈଶାଖୀ ପରେ ବିଦ୍ୟୁତ ସେବା ଶୀଘ୍ର ସ୍ବାଭାବିକ ନହେବା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟରେ ଟାଟା ପାଓ୍ୱାରର ଧିମା କାମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
Comments are closed.