Latest Odisha News

BREAKING NEWS

ରେଲୱେ ପିଛା ଛାଡ଼ୁନି ଅଘଟଣ, କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ୱର: ଭାରତୀୟ ରେଳବାଇ ପିଛା ଛାଡ଼ୁନି ଅଘଟଣ । ୨ ଦିନ ମଧ୍ୟରେ ରାଜ୍ୟର ୩ଟି ସ୍ଥାନରେ ଟ୍ରେନ୍ ସହ ଜଡ଼ିତ ଛୋଟ ଛୋଟ ଅଘଟଣ ଘଟିଛି । ଶୁକ୍ରବାର ରାତିରେ ଖରିଆଡ଼ ରୋଡରେ ପୁରୀ ଇଣ୍ଟରସିଟିର ଏସି କୋଚରେ ନିଆଁ ଲାଗିଥିବା ବେଳେ ଆଜି ବାଲୁଗାଁ ନିକଟରେ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ ଲାଗି ଧୂଆଁ ବାହାରିଛି ।

ମିଳିଥିବା ସୂଚନା ଅନୁସାରେ, କୋଇଲା ଭର୍ତ୍ତି ମାଲବାହୀ ଟ୍ରେନଟି ୨ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ପରେ ନିଆଁ ଲାଗି ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କୌଣସି ଅଘଟଣ ଘଟିନାହିଁ ।

ଅନ୍ୟପଟେ ଭଦ୍ରକ ମଞ୍ଜୁରୀ ରୋଡ୍ ଷ୍ଟେସନରେ ଥିବା ଇଣ୍ଟରଲକିଂ ମଝିରେ ଏକ ପଥର ରଖା ଯାଇଥିଲା, ଯାହାକି ଟ୍ରେନ୍ ଲାଇନଚ୍ୟୁତ ହେବାର ଗୁରୁତର ଆଶଙ୍କା ସୃଷ୍ଟି କରିଥିଲା । ତେବେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଘଟଣ ଟଳି ଯାଇଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଜୁନ୍ ମାସ ଆରମ୍ଭରୁ ଓଡ଼ିଶା ସହ ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ଛୋଟ ବଡ଼ ଟ୍ରେନ୍ ଦୁର୍ଘଟଣାର ଖବର ଆସୁଛି ।

Leave A Reply

Your email address will not be published.