ମୁମ୍ବାଇ: ୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା । ତାଙ୍କଠାରୁ ୯ ବର୍ଷର ଈରା ତ୍ରିବେଦୀଙ୍କୁ ବିବାହ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏହି ବିବାହ ଉତ୍ସବରେ ଅନେକ ଅଭିନେତା,ଅଭିନେତ୍ରୀ, ପ୍ରଯୋଜକ, ଡ଼ାଇରେକ୍ଟରଙ୍କ ସହ ବହୁ ସମ୍ପର୍କୀୟ ଯୋଗ ଦେଇଥିଲେ । ଏହି ନବଦମ୍ପତ୍ତିଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।
ମଧୁ କହିଛନ୍ତି ଯେ, ଈରାଙ୍କୁ ପ୍ରଥମେ ଯେବେ ଦେଖିଥିଲି ସେବେଠାରୁ ଭଲ ପାଇ ବସିଥିଲି । ଇରାଙ୍କୁ ବିବାହ ପ୍ରସ୍ତାବ ଦେବାରୁ ରାଜି ହେବାକୁ ସେ ସମୟ ନେଇଥିଲେ । ଯଦି କରୋନା ହୋଇ ନ ଥାନ୍ତା ବହୁତ ଆଗରୁ ଆମେ ବିବାହ କରି ସାରିଥାନ୍ତୁ । ଈରାଙ୍କ ଭିତରେ ଅନେକ ଭଲ ଗୁଣ ଅଛି । ତାଙ୍କୁ ବିବାହ କରିବା ମୋର ସ୍ୱପ୍ନ ସାକାର ହୋଇଛିି ।
୨୦୧୫ ମସିହାରେ ମଧୁ ମଣ୍ଟେନା ଅଭିନେତ୍ରୀ ନିନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତାଙ୍କୁ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା ।
Comments are closed.