Latest Odisha News

BREAKING NEWS

ଓଟିଟିରେ ରିଲିଜ ହେବ ନୱାଜୁଦ୍ଦିନ ସିଦ୍ଦିକି ଓ ଅବନୀତ୍ କୌରଙ୍କ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’

ମୁମ୍ବାଇ: ବଲିଉଡର ନିର୍ଭୀକ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବୟାନବାଜି ଯୋଗୁଁ ସର୍ବଦା ଲାଇମଲାଇଟର ଶୀର୍ଷରେ ଥାନ୍ତି। ଏଥି ସହିତ କଙ୍ଗନାଙ୍କ ନାମ ଏବେ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ତାପସୀ ପନ୍ନୁ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି କିଛି ଭାରତୀୟ ଅଭିନେତ୍ରୀଙ୍କ ସହ ମଧ୍ୟ ଜଡିତ ହୋଇଯାଇଛି। କାରଣ ଏହି ସମସ୍ତ ଅଭିନେତ୍ରୀ ଭଲ ଅଭିନୟ କରିବା ବ୍ୟତୀତ, ସେମାନେ ନିଜ ନିଜ ପ୍ରଡକ୍ସନ୍ ହାଉସର ମାଲିକ ଅଟନ୍ତି।

ଅଭିନୟ ଏବଂ ନିର୍ଦ୍ଦେଶନା ପରେ ବର୍ତ୍ତମାନ କଙ୍ଗନା ମଧ୍ୟ ଏକ ନିର୍ମାତା ହୋଇପାରିଛନ୍ତି। କଙ୍ଗନା ରଣାୱତ ତାଙ୍କ ପ୍ରଡକ୍ସନ୍ ବ୍ୟାନର ମଣିକର୍ଣ୍ଣିକା ଫିଲ୍ମ ଲଞ୍ଚ କରିଛନ୍ତି। ଯାହାର ନାମ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ମଣିକର୍ଣ୍ଣିକା: ଦ କ୍ୱିନ ଅଫ ଝାନ୍ସୀ ନାଁରେ ରଖାଯାଇଛି। ଯେଉଁଥିରେ ସେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ବାଇ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରଡକ୍ସନ୍ ହାଉସରେ ନିର୍ମିତ ପ୍ରଥମ ଫିଲ୍ମ ‘ଟିକୁ ୱେଡସ୍ ଶେରୁ’ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହେବାକୁ ଯାଉଛି।

କଙ୍ଗନାଙ୍କ ଫିଲ୍ମରେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅବନୀତ କୌର ମୁଖ୍ୟ ଭୂମିକାରେ ନଜର ଆସିବେ। ସେମାନଙ୍କ ଫିଲ୍ମର ପୋଷ୍ଟର ସେୟାର କରିବାବେଳେ ଉଭୟ ତାରକା ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, କଗନା ଟ୍ୱିଟ୍ କରି କହିଛନ୍ତି ଯେ ଏଠାରେ ପ୍ରଥମ ବ୍ୟାନରରେ ତାଙ୍କର ପ୍ରଥମ ପ୍ରଡକଶନ ଅଟେ। କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଜୁନ୍ ୨୩ ତାରିଖରେ ପ୍ରାଇମ୍ ଭିଡିଓରେ ଲଞ୍ଚ ହେବାକୁ ଯାଉଛି। କଙ୍ଗନାଙ୍କ ବ୍ୟତୀତ ଅବନୀତ ମଧ୍ୟ ପୋଷ୍ଟର ସେୟାର କରି କରିଛନ୍ତି।

Leave A Reply

Your email address will not be published.