Latest Odisha News

ନେହାଙ୍କ ଜନ୍ମ ଦିନକୁ ଆସିଲେନି ରୋହନପ୍ରିତ

ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ନିକଟରେ ତାଙ୍କର ୩୫ତମ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ହେଲେ ଜନ୍ମଦିନରେ ତାଙ୍କ ସ୍ୱାମୀ ରୋହନପ୍ରିତ ଅନୁପସ୍ଥିତ ଥିଲେ । ଏହାକୁ ନେଇ ପ୍ରଶଂସକମାନେ ଅନେକ ପ୍ରଶ୍ନ କରିଛନ୍ତି । କିନ୍ତୁ ନେହା ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ।

ନିକଟରେ ନେହା ତାଙ୍କ ଜନ୍ମଦିନକୁ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ପାର୍ଟିରେ ସେ ବହୁତ ଖୁସି ଥିବା ନଜର ଆସିଥିଲେ । ଏମିତି କି ତାଙ୍କ ଜନ୍ମଦିନ ପାର୍ଟିରେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବି ଯୋଗ ଦେଇଥିଲେ । ହେଲେ ଏତେବଡ଼ ପାର୍ଟିରେ ନେହାଙ୍କ ସ୍ୱାମୀ ରୋହନପ୍ରୀତି ଅନୁପସ୍ଥିତ ଥିଲେ । ଏମିତି କି ସେ ନେହାଙ୍କୁ ତାଙ୍କ ଜନ୍ମଦିନରେ ୱିଶ କରି ନ ଥିବା ଜଣାଯାଇଛି । ନେହା ବି ରୋହନପ୍ରୀତଙ୍କ ବିଷୟରେ କିଛି କହି ନାହାନ୍ତି । ଏହି ଘଟଣାକୁ ନେଇ ପ୍ରଶଂସକମାନେ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ କିଛି ଘଟିଥିବା ସନ୍ଦେହ କରିଛନ୍ତି । ନେହାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଅନେକ ପ୍ରଶଂସକ ରୋହନପ୍ରୀତ କେଉଁଠାରେ ଅଛନ୍ତି ବୋଲି ପଚାରିଥିଲେ । ତଥାପି ନେହା ଚୁପ୍ ରହିଛନ୍ତି । ଏଥିସହିତ ସେମାନେ ଅଲଗା ହେବାର ଖବର ମଧ୍ୟ ଶୁଣିବାକୁ ମିଳିଛି । ନେହା ଏବଂ ରୋହନପ୍ରୀତ ୨୦୨୦ ମସିହା ଅକ୍ଟୋବରରେ ବିବାହ କରିଥିଲେ ।

Comments are closed.