ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବର୍ତ୍ତମାନ ଆପଣମାନେ ସମସ୍ତେ ଏତେ ବିଚଳିତ କାହିଁକି? ସବୁ ଠିକ୍ଠାକ୍ ଅଛି ତ!” “ଠିକ୍ ଅଛି? କିଛି ଠିକ୍ ନାହିଁ -” ସ୍ତ୍ରୀଲୋକଟିଏ ଚିତ୍କାର କରି ଉଠିଲା । ଆଦୌ ବିବ୍ରତ ନ ହୋଇଥିବା ଭଳି ଦେଖାଯିବାକୁ ଚେଷ୍ଟାକରି ଧୀର ଓ ଶାନ୍ତ ସ୍ୱରରେ ମିଃ. କ୍ରୀଷ୍ଣମୁର୍ତ୍ତି ଘଟଣାକୁ ବାଖ୍ୟା କରିବାରେ ଲାଗିଲେ । “ପ୍ରକୃତ କଥା ହେଲା ଜାହାଜର ଦିଗ ବଦଳେଇବା ପାଇଁ ଥିବା ଯାବିକ ବ୍ୟବସ୍ଥା ବର୍ଚାମାନ ଠିକ୍ ଭାବରେ କାମ କରୁନାହିଁ । କାଲି ଅପରାହ୍ନ ସୁଦ୍ଧା, ଏ ସବୁ ଠିକ୍ଠାକ୍ ହେଇଯିବ ବୋଲି ଆଶା ।”
ଏକଥା ଶୁଣି ଜଗ୍ ଚିତ୍କାର କରି ଉଠିଲା । “କ’ଣ କହୁଛନ୍ତି ଆପଣ! ପୁରା ଭୟଙ୍କର କଥା! ଏବେ ରୋଡ଼୍ରିଗେଜ୍ କାହାନ୍ତି? ଆଲାର୍ମ ବେଲ୍ର ଅର୍ଥ କ’ଣ, ସେ ବି ଜାଣିପାରିଥିବେ ନା!
ତା’ହେଲେ ସେ ଏଠି କାହିଁକି ନାହାନ୍ତି?” ଉତ୍ତର ଦାବି କଲା ପରି ସ୍ୱରରେ ପଚାରିଲା ଜଗ୍ ।
ଡରିଯାଇ ତରବରିଆ ଭାବରେ ମିଃ. କ୍ରୀଷ୍ଣମୁର୍ତ୍ତି ପାଟି ଖନି ମାରିଗଲା ପରି କହିଲେ, “ସେ ବ୍ୟସ୍ତ ଅଛନ୍ତି ।” କ୍ୟାପ୍ଟେନ୍ ଏମିତି ମିଛ ଶୁଣି ଭାବୁଥିଲେ, ସେ ନିଜକୁ ଓ ମିଃ. କ୍ରୀଷ୍ଣମୁର୍ତ୍ତିଙ୍କୁ ହତ୍ୟା କରିଦିଅନ୍ତେ କି! ଲୋକଟା ଠିକ୍ ଭାବରେ ମିଛି ବି କହିପାରିଲାନି । କିନ୍ତୁ ପରମୁହୂର୍ଚାରେ ସେ ନିଜକୁ ଭର୍ତ୍ସନା କରିବାରେ ଲାଗିଲେ । ସମସ୍ତେ ଏବେ ଭୟଙ୍କର ବିପଦ, ସମ୍ଭବତଃ ମୃତ୍ୟୁ ମୁଖରେ । ଅଥଚ, ସେ ନିଜ ଭାବମୂର୍ତ୍ତି ବଜାୟ ରଖିବାକୁ ଚିନ୍ତିତ । ଏବଂ ଏ କଥାକୁ ବି ନେଇ ବ୍ୟସ୍ତ ଯେ ମିଃ. କ୍ରୀଷ୍ଣମୁର୍ତ୍ତି ହୁଏତ ତାଙ୍କ ମନଗଢ଼ା କାହାଣୀ ବଜାୟ ରଖିପାରିବେନି ।
ଜଗ୍ ଖୁବ୍ ଉତ୍ତେଜିତ ଦେଖାଗଲା ।
“ବ୍ୟସ୍ତ? କି ଫାଲ୍ତୁ କଥା?” ଏ ସମୟଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ କ’ଣ ଅଛି? ଆମ ଜୀବନ, ତାଙ୍କ ନିଜ ଜୀବନ, ସବୁକିଛି ବିପଦପୂର୍ଣ୍ଣ, ଅଥଚ ସେ କହୁଛନ୍ତି ସେ ବ୍ୟସ୍ତ ଅଛନ୍ତି ? ତାଙ୍କର କ’ଣ ମରିବାକୁ ଇଚ୍ଛା ହେଉଛି କି? ଯଦି ସେମିତି ଇଚ୍ଛା ଅଛି, ମୁଁ ତାଙ୍କୁ ସହଯୋଗ କରିବାକୁ ଖୁସିରେ ରାଜି ହେବି!”
Comments are closed.