Latest Odisha News

BREAKING NEWS

ଆସନ୍ତା ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩, ଇସ୍ରୋ ପକ୍ଷରୁ ସୂଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ସଫଳ ଅବସ୍ଥାପିତ କରିବ। ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି ଚଳାଇଛି। ଏନେଇ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଚନ୍ଦ୍ର ପୃଷ୍ଠରେ ‘ଚନ୍ଦ୍ରଯାନ-୩’ ଅବତରଣ କରିବା ପାଇଁ ଭାରତର ଉଚ୍ଚାଭିଳାଷୀ କାର୍ଯ୍ୟ ଜୁଲାଇ ୧୨ ରୁ ୧୯ ମଧ୍ୟରେ ଛଡ଼ାଯିବ।

କୋଟ୍ଟାୟମରେ ସୋମବାର ଏକ କାର୍ଯ୍ୟକ୍ରମରେ ଏସ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରର ଲଞ୍ଚ୍‌ ପ୍ୟାଡ୍‌ରେ ପହଞ୍ଚି ସାରିଛି। ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଚାଲିଛି। ଚଳିତ ମାସ ଶେଷ ସୁଦ୍ଧା‌ ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ। ସେହିପରି ଚନ୍ଦ୍ରଯାନ-୩ ଲଞ୍ଚ୍‌ କରିବା ପାଇଁ ବ୍ୟବହାର ହେବାକୁ ଥିବା ରକେଟ୍‌ ଏଲଭିଏମ୍‌-୩ ର ମଧ୍ୟ ପ୍ରସ୍ତୁତି ଚାଲିଛି।

ଏସ ସୋମନାଥ କହିଛନ୍ତି ଯେ ଏହି ରକେଟର ଅଂଶଗୁଡ଼ିକୁ ସଂଯୋଗ କରିବାର କାର୍ଯ୍ୟ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ଶେଷ ହେବ ଏବଂ ପରେ ଚନ୍ଦ୍ରଯାନ-୩ କୁ ରକେଟ୍ ସହିତ ସଂଯୋଗ କରିବାର ପ୍ରକ୍ରିୟା କରାଯିବ। କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବାପାଇଁ ଚନ୍ଦ୍ରଯାନ-୩ର ହାର୍ଡୱେୟାର, କମ୍ପ୍ୟୁଟର ସଫ୍ଟୱେୟାର ଏବଂ ଷ୍ଟ୍ରକଚରରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି। ଜୁନ୍ ମାସର ଶେଷ ସପ୍ତାହରେ ସମସ୍ତ ପ୍ରକାର ଟେଷ୍ଟି କାର୍ଯ୍ୟ ସମାପ୍ତ ହୋଇଯିବ।

Leave A Reply

Your email address will not be published.