କୋରାପୁଟ: ରାଜ୍ୟରେ ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ବାରମ୍ବାର ବିଦ୍ୟୁତ୍ କାଟ୍ ନେଇ ଅଭିଯୋଗ ଆସୁଥିବା ବେଳେ ସେପଟେ କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ୩ ନମ୍ବର ୟୁନିଟ୍ରେ ବିସ୍ଫୋରଣ ହୋଇଛି। ଫଳରେ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ବାଧା ପ୍ରାପ୍ତ ହୋଇଛି l
ଏହି ବିସ୍ଫୋରଣ ଫଳରେ ଜଳବିଦ୍ୟୁତ ପ୍ରକଳ୍ପର ୬ଟି ୟୁନିଟ୍ରେ ଜେନେରେଟର ସମ୍ପୂର୍ଣ ବନ୍ଦ ହୋଇଯାଇଥିଲାl ଏହାପରେ ପ୍ରକଳ୍ପ ଇଞ୍ଜିନିଅରମାନେ ରାତି ତମାମ ଦଜେନେରେଟର ମରାମତି କାର୍ଯ୍ୟ କରି ମାତ୍ର ଗୋଟିଏ ଏଖ ନମ୍ବର ଜେନେରେଟର ୟୁନିଟ କାର୍ଯ୍ୟକ୍ଷମ କରିବାରେ ସଫଳ ହୋଇଛନ୍ତି। ଅନ୍ୟ ୟୁନିଟ୍ଗୁଡ଼ିକରେ ଜେନେରେଟର ମରାମତି କାର୍ଯର୍ଯ୍ୟ ଜାରି ରହିଛି।
ସେପଟେ ରାଜ୍ୟରେ କାଟ ସମସ୍ୟା ନେଇ ଲୋକସେବା ଭବନରେ ମୁ୍ଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜୁଳି କାଟ ସମସ୍ୟା ଦୂର ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶକ ଦେଇଥିଲେ ମୁଖ୍ୟ ଶାସନ ସଚିବ।
ବିଜୁଳି ବିତରଣ ବିଭାଗ ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗତକାଲି ବସିଥିବା ବୈଠକରେ ଶାସନ ସଚିବ ଜେନା କହିଥିଲେ ଯେ ସାରା ରାଜ୍ୟରେ ବିଜୁଳି କାଟ ଏକ ପ୍ରମୁଖ ସମସ୍ୟା ହୋଇଛି । ତାପମାତ୍ର ଓ ଆଦ୍ରତା ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଏପରି ବିଜୁଳିକାଟରେ ଲୋକମାନେ ଉତକ୍ଷିପ୍ତ ହୋଇ ଯାଉଛନ୍ତି । ଏପରି ସ୍ଥିତିରେ ବିଜୁଳିକାଟ ହେଲେ ତୁରନ୍ତ ଏହାର ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।
Comments are closed.