ନୂଆଦିଲ୍ଲୀ:ସାରା ଦେଶରେ ଆଜି ଆୟୋଜିତ ହୋଇଛି ରୋଜଗାର ମେଳା । ଦେଶର ୪୩ଟି ସ୍ଥାନରେ ଆୟୋଜିତ ମେଳାରେ ଭିଡିଓ କନଫରନେସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କ୍ରମରେ ଆଜି ଓଡ଼ିଶାର ୩୦୩ ଜଣଙ୍କୁ ମିଳିଛି ନିଯୁକ୍ତିପତ୍ର ।
ଏ ନେଇ ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ହୋଇଥିଲା ରୋଜଗାର ମେଳା । ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ଇତ୍ୟାଦି ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ୩୦୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ରୋଜଗାର ମେଳା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏବେ ଦେଶ ସ୍ବାଧୀନତାର ଅମୃତକାଳ ପାଳନ କରୁଛି । ସ୍ବାଧୀନତାର ଅମୃତକାଳରେ ଦେଶର ବିକାଶ ସର୍ବାଗ୍ରେ ରହୁ । ରୋଜଗାର ମେଳା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲ, ଏବେ ଏହି ମେଳା ଏନଡିଏ-ବିଜେପି ସରକାରର ନୂଆ ପରିଚୟ ପାଲଟିଗଲାଣି । ଏବେ ଭାରତରେ ଏକ ନିର୍ଣ୍ଣାୟକ ଓ ସ୍ଥିର ସରକାର ରହିଛି । ଖୁସିର କଥା ଯେ, ବିଜେପି ଶାସିତ ସରକାରରେ ଏଭଳି ରୋଜଗାର ମେଳାର ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ, ଏବେ ଭାରତର ଅର୍ଥବ୍ୟବସ୍ଥା ଉପରେ ସାରା ବିଶ୍ବର ଭରସା ବଢିଛି । ବହୁ ବିଦେଶୀ କମ୍ପାନୀ ଭାରତରେ ନିବେଶ ପାଇଁ ଆଗେଇ ଆସୁଛନ୍ତି । 10 ବର୍ଷ ତଳେ ଭାରତର ଅଟୋ ମୋବାଇଲ୍ 5 ଲକ୍ଷ କୋଟିରେ ଥିବାବେଳେ ଏବେ ଅଟୋ ମୋବାଇଲ୍ ସେକ୍ଟର 12 ଲକ୍ଷ କୋଟିରେ ପହଞ୍ଚିଛି ।
Comments are closed.