Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

BjdElectrycity

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ଗୋଟେ ଝାଡ଼ୁଦାର ପିଲାକୁ ବି କହିଦିଅ ମୁଖ୍ୟ ସମ୍ମିଳନୀ  କକ୍ଷଟିକୁ ସେ ସଫା କରିଦେବ । ଗୋଟେ ଘଚାା ପରେnଆମେ ମିଟିଂଗ୍ କରିବା । ତମେ ବି ସେଇଠି ରହିବ । ହଁ, ବିପଦକାଳୀନ ସୂଚନା ଦେବାପାଇଁ କିଛି ରକେଟ୍ ବି ପ୍ରସ୍ତୁତ କରି ରଖିଥାଅ । ଦରକାର ହେଲେ, ଆଜି ରାତିରେ ସେ ସବୁ ବ୍ୟବହାର କରାଯିବ । ବୁଝି ପାରିଲ?” ସବୁ ବୁଝିପାରିଲା ପରି ମ୍ୟାଥ୍ୟୁ ମୁଣ୍ଡ ହଲେଇଲେ । ଏପର୍ଯ୍ୟନ୍ତ କ୍ରୋଧିତ ଦିଶୁଥିବା ମିଃ. କ୍ରୀଷ୍ଣମୁର୍ତ୍ତିଙ୍କୁ ଚାହିଁ କ୍ୟାପ୍‌ଟେନ୍ ଏଥର କହିଲେ, “ଆଚ୍ଛା, କ୍ରୀଷ୍ଣମୁର୍ତ୍ତି  ମୋ’ ସହ ମୋ’ ଅଫିସ୍‌କୁ ଆସ । କିଛି ଜରୁରୀ ଆଲୋଚନା କରିବାର ଅଛି । ମୁଣ୍ଡ ହଲେଇ ହଁ ଭରି କ୍ୟାପ୍‌ଟେନ୍‌ଙ୍କ ପଛେ ପଛେ ମିଃ. କ୍ରୀଷ୍ଣମୁର୍ତ୍ତି ଚାଲିଲେ । ପକେଟ୍‌ରୁ ପର୍ସ କାଢ଼ି ସେଥିରେ ଥିବା ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ଫଟୋ ଦେଖି ଭାବବିହ୍ୱଳ ସ୍ୱରରେ ମ୍ୟାଥ୍ୟୁ କହିଲେ, “ହେ ପ୍ରଭୁ ଯୀଶୁ! ଏ ସଂକଟରୁ ଆମକୁ ଉଦ୍ଧାର କର । ଏଥିରୁ ମୁକୁଳି ନ ପାରିଲେ ଅନେକ ଲୋକ ପ୍ରାଣ ହରାଇବା ନିଶ୍ଚିତ ।”

ମିଟିଂ ରୁମ୍‌ରୁ ବାହାରିବା ମାତ୍ରେ ମିଃ କ୍ରୀଷ୍ଣମୁର୍ତ୍ତିଙ୍କ ଉଦ୍ଦେଶ୍ୟରେ ପ୍ରାୟ ଚିତ୍କାର କରିଉଠିଲେ କ୍ୟାପ୍‌ଟେନ୍‌, “ତମେ ଏମିତି କାହିଁକି କଲ?” କିନ୍ତୁ ଅତ୍ୟନ୍ତ ଧୀର ସ୍ୱରରେ ମିଃ.  କ୍ରୀଷ୍ଣମୁର୍ତ୍ତି ପଚାରିଲେ, “କ’ଣ କଲି ମୁଁ?” “ତମେ ଠିକ୍ ଜାଣିଛ, ତମେ କ’ଣ କରିଛ ।

ସେଡ୍ରିକ୍ ରୋଡ଼୍ରିଗେଜ୍‌ଙ୍କ ବିଷୟରେ ସବୁ ସତ, ସମସ୍ତଙ୍କ ଆଗରେ ସେଠି ଉଗାଳି ଦେଲ । ତାଙ୍କ ଶବକୁ ଖଲାସ ୍‌କରିଦେବାକୁ ଆମେ ରାଜି ହୋଇଥିଲେ ନା!”

“ହଁ, କ’ଣ ହେଇଗଲା ସେଇଠୁ । ୟା ଦ୍ୱାରା କାହାର କ’ଣ ଲାଭ ହେବ! ପ୍ରୋପେଲର୍‌ଟା ଠିକ୍ ଭାବରେ କାମ କରୁନି, ଆଉ ଏ କଥାବି ସ୍ପଷ୍ଟ ଯେ ଜାହାଜଟି ବୁଡ଼ିବ ହିଁ ବୁଡ଼ିବ ।”

“ଶେଖର କ୍ରୀଷ୍ଣମୁର୍ତ୍ତି ! ସେମିତି କିଛି ଘଟିବାର ପ୍ରଶ୍ନ ଉଠୁନି । ସେଡ଼୍ରିକ୍ ବି ଏତେ ବଡ଼ ମେକାନିକାଲ ଇଂଜିନିୟର ନଥିଲେ ଯେ ତାଙ୍କ ବିନା ଇଂଜିନ ଗୋଟେ ଦିନ ବି ଚାଲି ପାରିବନି!”

କ୍ରମଶଃ

 

Leave A Reply

Your email address will not be published.