ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଚର୍ମରୋଗ ବିଭାଗର ସୁଭାନୀ ପଟ୍ଟନାୟକ ନାମକ ଏହି ଛାତ୍ରୀଙ୍କୁ ତାଙ୍କ ହଷ୍ଟେଲ ରୁମ୍ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁଃଖର କଥା, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସୁଭାନୀଙ୍କର ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ ମାଇଗ୍ରେନ୍ ଔଷଧ ଅଧିକ ମାତ୍ରାରେ ଖାଇଦେବାରୁ ତାଙ୍କର ମୃତ୍ୟୁ ଘଟିଥାଇପାରେ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମେଡିକାଲ କଲେଜ ହଷ୍ଟେଲରେ ରହୁଥିବା ସୁଭାନୀ ମାଇଗ୍ରେନରେ ଆକ୍ରାନ୍ତ ହେବା ପରେ କିଛି ଔଷଧ ସେବନ କରିଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏମକେସିଜି ପୁଲିସ ଫାଣ୍ଡିର ଇନଚାର୍ଜ ଭୈରବ ଭୂୟାଁ କହିଛନ୍ତି, ଆମେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛୁ।
ସୁଭାନୀ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ କରିଯିବ। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ।
ଏମକେସିଜି ମେଡିକାଲ କଲେଜର ପ୍ରଫେସର ସୁଦୀପ୍ତ ଦାସଙ୍କ ସୂଚନା ଅନୁଯାୟୀ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଭିସେରାକୁ ସଂରକ୍ଷିତ ରଖାଯାଇଛି।
Comments are closed.