Latest Odisha News

BREAKING NEWS

୧୯ ରେ ଲଢ଼ିବେ ସିନ୍ଦେ, ଉଦ୍ଧବ

ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ମହାରାଷ୍ଟ୍ରରେ ମହଲଢ଼େଇ ଦେଖିବାକୁ ମିଳିବ। ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସ ହୋଇଥିବାରୁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି।

ପୂର୍ବ ବର୍ଷ ଦୁଇ ଗୋଷ୍ଠୀ ଅଲଗା ଅଲଗା ଦଶହରା ରାଲି କରି ମୁହାଁମୁହିଁ ହୋଇଥିବା ବେଳେ ଏବେ ପ୍ରତିଷ୍ଠା ଦିବସରେ ସେମିତି କିଛି ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଶିବସେନାର ୫୭ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ଉଭୟ ଗୋଷ୍ଠୀ ଏଭଳି କିଛି ପ୍ରସ୍ତୁତି କରୁଛନ୍ତି।

ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀ ଶିବସେନାକୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ସହ ଦଳୀୟ ଚିନ୍ହ ଦେବା ପରେ ଏହା ପ୍ରଥମ ପ୍ରତିଷ୍ଠା ଦିବସ ପାଳନ। ସେପଟେ ଜୁନ ୧୮ ତାରିଖ ଅର୍ଥାତ ପ୍ରତିଷ୍ଠା ଦିବସର ପୂର୍ବଦିନ ୱର୍ଲି ଠାରେ ଙଦ୍ଧବ ଗୋଷ୍ଠୀ ପକ୍ଷରୁ ଦଳର ପ୍ଲେନାରୀ ସେସନ ହେବ।

ସେପଟେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଗୋରେଗାଓଁରେ ଶକ୍ତି ପ୍ରଦର୍ଶନ ପାଇଁ ଯୋଜନା ହେଉଛି। ସେହିଦିନ ଦଳ ପକ୍ଷରୁ ବହୁ ନୂଆ ନିଷ୍ପତ୍ତି ନିଆଯିବା ସହ ଦଳୀୟ ନିଯୁକ୍ତି ମଧ୍ୟ ଦିଆଯିବ।

ସେପଟେ ନୂଆ ରୂପରେ ଗଠିତ ସିନ୍ଦେ ଗୋଷ୍ଠୀ ଶିବସେନାର ପ୍ରତିଷ୍ଠା ଦିବସ ସହ ସିନ୍ଦେଙ୍କ ନେତୃତ୍ୱରେ ଚାଲିଥିବା ନୂଆ ସରକାରର ପ୍ରଥମ ବାର୍ଷିକୀ ଅନୁଷ୍ଠିତ ହେବ।

ଏହି ଅବସରରେ ଶକ୍ତି ପ୍ରଦର୍ଶନ ସହ ଘରକୁ ଘର ବୁଲି ସିନ୍ଦେ ସରକାରର ଜନକଲ୍ୟାଣମୂଳକ ଯୋଜନା ଓ ପ୍ରତି ଘରେ ଵାଲା ସାହେବ ଠାକରେଙ୍କ ଆଦର୍ଶ ପହଞ୍ଚାଇବା କାର୍ଯ୍ୟକୁ ଜୋରଦାର କରିବାକୁ ଯୋଜନା ହୋଇଛି।

ତେଣୁ ସିନ୍ଦେ ବିଜେପି ମିଳିତ ସରକାର ଲୋକଙ୍କ ସମର୍ଥନ ପାଇଥିବା ବେଳେ ଏହା ଲୋକଙ୍କ ସରକାର ବୋଲି ଘରେ ଘରେ ବାର୍ତ୍ତା ପହଞ୍ଚାଯିବ ବୋଲି ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହୋଇଛି।

Leave A Reply

Your email address will not be published.