ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଚାର୍ଜଶିଟ ଦାଖଲ ହେବା ପରେ ରେସଲର୍ସଙ୍କ ବିବାଦ ନୂଆ ମୋଡ ନେଇଛି । ଆନ୍ଦୋଳନ ପରେ ରେସଲରମାନେ ଏବେ ଏସିଆନ ଗେମ୍ସ ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଯାହାକୁ ଭାରତୀୟ କ୍ରୀଡା ମନ୍ତ୍ରଣାଳୟ ଗ୍ରହଣ କରି ନେଇଛି । ତେବେ ସେମାନେ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଟ୍ରାଏଲ ଘୁଂଚାଇବାକୁ କହିଛନ୍ତି । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଅଲିମ୍ପିକ କାଉନ୍ସିଲ ଅଫ ଏସିଆକୁ ଟିମ ପଠାଇବା ଶେଷ ତାରିଖ ୧୫ ଜୁଲାଇ ରଖାଯାଇଛି ।
ଅବଶ୍ୟ ଆଇଓଏ ରେସଲରଙ୍କ ଦାବୀ ସମ୍ପର୍କରେ ଏସିଆନ କାଉନ୍ସିଲକୁ ଜଣାଇବା ସହ ଡେଡଲାଇନ ବଢ଼ାଇବା ପାଇଁ ଅନୁରୋଧ କରିଛି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଭିନେଶ ଫୋଗଟଙ୍କ ସମେତ ୬ଜଣ ରେସଲର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଛନ୍ତି । ଓସିଏ ମଂଜୁରୀ ପ୍ରଦାନ କଲେ କିଛି ଅସୁବିଧା ନାହିଁ । ମାତ୍ର ଅନୁମତି ନ ମିଳିଲେ ୧୫ ଜୁଲାଇ ମଧ୍ୟରେ ଟ୍ରାଏଲ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।
Comments are closed.