Latest Odisha News

BREAKING NEWS

ଏବେ ବକେୟା ପାଣି ବିଲ୍ ଦେବେନି ଦିଲ୍ଲୀବାସୀ: କେଜ୍ରିୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଶାସନାଧୀନ କେଜିୱାଲ୍ ସରକାର ପୁଣି ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ଦିଲ୍ଲୀବାସୀଙ୍କୁ କୌଣସି ଅର୍ଥ ଦେବାକୁ ପଡୁନଥିବା ବେଳେ ଏବେ ବକେୟା ପାଣି ବିଲ୍ ମଧ୍ୟ ଦେବାକୁ ପଡିବ ନାହିଁ ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗଳବାର ଦିନ ଟ୍ୱିଟ୍ କରିଛନ୍ତି ।

ଆହୁରି ମଧ୍ୟ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାକି ପଡିଥିବା ବିଲ୍ ବାବଦକୁ ଅର୍ଥକୁ ଛାଡ୍ କରାଯିବାକୁ ଥିବାବେଳେ ଏହି ବିଲ୍ ଛାଡ୍ ଯୋଜନା ଆସନ୍ତା ନଭେମ୍ବର ୩୦ ତାରିଖ ଯାଏଁ କାର୍ଯ୍ୟକାରୀ ହେବ । ଏହି ନୂଆ ଯୋଜନା ଫଳରେ ଦିଲ୍ଲୀର ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକେ ଉପକୃତ ହୋଇପାରିବେ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.