Latest Odisha News

ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ତଥା ମେଘନାଦ ପାଚେରୀରୁ ପ୍ରାୟ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦାଏର ୨ଟି ମାମଲାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଖାରଜ କରିଛନ୍ତି ।

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେନ୍ଦୁ ମିଶ୍ରଙ୍କ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଇଣ୍ଟର କଣ୍ଟିନେଣ୍ଟାଲ୍ ଲୟର୍ସ ଆସୋସିଏସନ ଏବଂ ଚେନ୍ନାଇର ଜଣେ ସାଧାରଣ ବ୍ୟକ୍ତି ସୁପ୍ରିମକେର୍ଟ ଯାଇଥିଲେ ।

ମାମଲା ଖାରଜ ଲାଗି ଯୁକ୍ତି କରିଥିଲେ ଆଡଭୋକେଟ୍ ଜେନେରାଲ୍ (ଏଜି) ଅଶୋକ ପରିଜା । ଏଜି ଆହୁରି ମଧ୍ୟ କହିଥିଲେ ଯେ, ଯାହା ହେଉଛି ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ । ତାଙ୍କ ରିପୋର୍ଟକୁ ଆଧାରା କରି ସରକାର ଜବର ଦଖଲ ଉଚ୍ଛେଦ କରୁଛନ୍ତି ।

ଶ୍ରୀ ପରିଜା ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ବିସ୍ଥାପିତ ବ୍ୟବସାୟୀ ମାନଙ୍କୁ ଉଚିତ୍ ଥଇଥାନା ତଥା ଆଇନ ଅନୁଯାୟୀ ସମସ୍ତ କ୍ଷତିପୂରଣ ଦେବା ଲାଗି ଆଶ୍ୱସନା ଦେଇଛନ୍ତି ।

ଏପରିକି ଆପେକ୍ସ କୋର୍ଟ ଆସନ୍ତା ୯ ଓ ୧୦ରେ ଆମିକସକ୍ୟୁରୀ ରଣଜୀତ କୁମାର ଏବଂ ସିଲିସିଟର ଜେନେରାଲ ତୁଷାର ମେହତାଙ୍କୁ ପୁରୀ ଆସି ପରିସ୍ଥିତି ଦେଖିବାକୁ ଆମନ୍ତ୍ରଣ କରିଛନ୍ତି ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଧାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.