Latest Odisha News

କ୍ଷମା ମାଗିଲେ ପପୁ ପମପମ୍

ଭୁବନେଶ୍ୱର: ବହୁ ବିବାଦର ମଞ୍ଜ ପାଲଟିଛନ୍ତି ଓଲିଉଡ୍ କମେଡ଼ି କିଙ୍ଗ୍ ପପୁ ପମପମ୍ । କିଛିଦିନ ପୂର୍ବରୁ ରେଲୱେ ଷ୍ଟେସନରେ ଏକ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ବେସାହାରା ରାନୁ ମଣ୍ଡଳ ଇଣ୍ଟରନେଟରେ ଚର୍ଚ୍ଚିତ ହୋଇ ପଡ଼ିଥିଲେ । ମାତ୍ର ପପୁ ତାଙ୍କୁ ବି ଛାଡ଼ି ନଥିଲେ । ପପୁ ଦେହରେ ଶାଢୀ ପିନ୍ଧି ହାତରେ ଚୁଡ଼ି ଏବଂ ରାନୁଙ୍କ ପରି ନୁଖୁରା ବାଳରେ ନକଲ କରି ଗୀତ ଗାଇ ରେକର୍ଡ଼ିଂ କରିଥିଲେ । ପପୁଙ୍କ ଏହି ଭିଡ଼ିଓ କ୍ଲିପଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାପରେ ପପୁଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା ।

ଜଣେ ବେସାହାରା ମଣିଷକୁ ଏପରି ଭାବେ ନକଲ କରିବା ତାଙ୍କୁ ଉପହାସ ସଦୃଶ ବୋଲି ସୋସିଆଲ୍ ମିଡ଼ିଆରେ ଦୃଢ ନିନ୍ଦା କରାଯାଇଥିଲା । ତେବେ ପପୁ ଏହି ଭିଡ଼ିଓ କ୍ଲିପର ସ୍ପଷ୍ଟିକରଣ ଦେବା ସହିତ ତାଙ୍କର କରିଥିବା କର୍ମ ଯୋଗୁଁ କ୍ଷମା ମାଗିଛନ୍ତି ।

ପପୁ ତାଙ୍କ ସ୍ପଷ୍ଟିକରଣରେ କହିଛନ୍ତି, ଏହି ଭିଡ଼ିଓଟିରେ ରାନୁ ମଣ୍ଡଳ ଓ ତାଙ୍କ ଗୀତକୁ ଓଡ଼ିଶାରେ ଅଧିକ ଲୋକପ୍ରିୟ କରିବା ଲାଗି ଏପରି ରେକର୍ଡ଼ିଂ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ବେସାହାରା ରାନୁଙ୍କ ଏହି ଗୀତଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ବଲିଉଡ଼ର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ନିର୍ଦ୍ଦେଶକ ହିମେଶ୍ ରେସମିୟା ତାଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ହାପୀ ହାର୍ଡ଼ି ଏଣ୍ଡ ହୀର’ରେ ଏକ ଗୀତ ତେରୀ ମେରୀ କାହାନିଆଁ ଗାଇବାକୁ ସୁଯୋଗ ଦେଇଥିଲେ ।

ତେବେ ପପୁ କହିଛନ୍ତି ଯେ, ଏହି ଭିଡ଼ିଓଟିକୁ ସମସ୍ତେ ଭୁଲ୍ ବୁଝିଛନ୍ତି । ସେହି ଗାୟିକାଙ୍କୁ ସମ୍ମାନ ଦେବାକୁ ହିଁ ମୁଁ ଏପରି ଗାଇଥିଲି ।

ଅଧିକ ପଢନ୍ତୁ: ପୁଣି ବିବାଦ ଘେରରେ ପପୁ ପମପମ୍ !

ହାସ୍ୟାଭିନେତା ପପୁ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନେ ଆଜିକାଲି ସବୁକଥାରେ ଭୁଲ୍ ବାହାର କରୁଛନ୍ତି । ଏହି ଭିଡ଼ିଓଟି ମୁଁ ଭଲ ଉଦ୍ଦେଶ୍ୟ ନେଇ କରିଥିଲି । ଯଦି ଏହା କାହା ମନରେ ଆଘାତ ଦେଇଥାଏ ତେବେ ମୋତେ କ୍ଷମା କରିଦେବେ । ସକାରାତ୍ମକ ଭାବେ ଏହାକୁ ନେବା ଲାଗି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

Leave A Reply

Your email address will not be published.