ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପୁଣିଥରେ ଜାତୀୟ ସ୍ତରରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି! ପ୍ରଥମ ଓଡ଼ିଆ ଭାବେ ଅର୍ଚ୍ଚିତା ‘ଅମରେଶ ପୁରୀ ଆୱାର୍ଡ ଅଫ ଏକ୍ସିଲେନ୍ସି-୨୦୧୯’ ଭଳି ମର୍ଯ୍ୟାଦାଜନକ ପୁରସ୍କାରର ଅଧିକାରିଣୀ ହୋଇପାରିଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ନୂଆଦିଲ୍ଲୀଠାରେ ତାଙ୍କୁ ଏହି ପୁରସ୍କାର ମିଳିଛି ।
ମୁଁ ଏକା ତୁମର, ଚମ୍ପିୟାନ, ବାବୁ ଆଇ ଲଭ ୟୁ, ଚକୋଲେଟ, ଆକାଶେ କି ରଙ୍ଗ ଲାଗିଲା ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭାବେ ଅଭିନୟ କରି ଅର୍ଚ୍ଚିତା ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି
ଏହାଛଡା ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ଅନେକ ସଫଳତା ଅର୍ଜ୍ଜନ କରିଛନ୍ତି । କୋଲକାତାଠାରେ ୨୦୧୩ରେ ଅନୁଷ୍ଠିତ ହୋଇଥିବା ‘ପଣ୍ଡସ୍ ମିସ ଫେମିନା ମିସ ଇଣ୍ଡିଆ’ର ସେ ପ୍ରଥମ ରନର ଅପ ହୋଇଥିବା ବେଳେ ‘ଲାକମି ଆବସୋଲ୍ୟୁଟ୍ ଫେମିନା ମିସ ଆଇକନିକ ଆଇ’ର ଟାଇଟଲ ମଧ୍ୟ ସେ ଜିତିଛନ୍ତି । ତାସହ ତାଙ୍କୁ ମିଳିଛି ‘ମିସ ଟ୍ୟାଲେଣ୍ଟେଡ଼’ ଓ ‘ମିସ ଷ୍ଟାଇଲିସ ହେୟାର’ର ଟାଇଟେଲ।
ଏଲି କ୍ଳବ ଦ୍ୱାରା ଆୟୋଜିତ ଏହି ୨୨ତମ ସମ୍ବର୍ଦ୍ଧନା ଉତ୍ସବ ନୂଆଦିଲ୍ଲୀର ଟଭୋଲି ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହୋଇଛି । ଯେଉଁଠାରେ ବଲିଉଡର ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
Comments are closed.