Latest Odisha News

BREAKING NEWS

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ନିକଟସ୍ଥ ଜଙ୍ଗଲରେ ବୁଧବାର ଦିନ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ନିହତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଖଇରପୁଟ ପାହାଡ ନିକଟ ଜଙ୍ଗଲରେ କିଛି ମାଓବାଦୀ ଛପି ରହିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଏସପି ଖିଲାରୀ ଋଷିକେଶଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ୍ ଯବାନମାନେ ମିଳିତ କମ୍ବିଂ ଅପରେସନ କରିଥିଲେ ।

ପରେ ଯବାନଙ୍କ ଦ୍ୱାରା ଜାରି କମ୍ବିଂ ଅପରରେସନ ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ଏହାର ପାଲଟା ଜବାବ ଦେଇଥିଲେ ଯବାନମାନେ । ଏହି ଗୁଳି ବିନିମୟରେ ଡିଏଭଏଫ୍ ଯବାନ ଜୟରାମ କବାସୀ ନିହତ ହୋଇଥିବା ବେଳେ ଅନ୍ୟଜଣେ ଯବାନ ରାମ ଦୁରୁଆ ଗୁରୁତର ଆହତ ହୋଇଥିଲେ ।

ଆହତ ଯବାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଏହି ଅପରେସନରେ ବିଏସଏଫ୍ ଯବାନ ସାମିଲ ରହିଥିବା ବେଳେ ଉକ୍ତ ଗୁଳି ବିନିମୟରେ ୫୦ରୁ ୬୦ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.