ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଜେଡି ଲିଗାଲ ସେଲ୍ ଉପଦେଷ୍ଟା ଗୋପାଳକୃଷ୍ଣ ମହାନ୍ତି ବିଜେଡି ଛାଡ଼ି କଂଗ୍ରେସର ଯୋଗ ଦେଇଛନ୍ତି। ଗତକାଲି ଅପରାହ୍ନରେ ଶ୍ରୀ ମହାନ୍ତିଙ୍କ ସମେତ ୩୦ରୁ ଅଧିକ ଆଇନଜୀବୀ କଂଗ୍ରେସରେ ଯୋଗ ଦେଇଛନ୍ତି।
କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ପିସିସି ସଭାପତି ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ। ବିଜେଡି ଛାଡ଼ି କଂଗ୍ରେସ ଯୋଗ ଦେବା ପରେ ଶ୍ରୀ ମାହାନ୍ତି କହିଛନ୍ତି ୧୯୭୭ ମସିହାରୁ ଜନତା ଦଳ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡରେ ଶୃଙ୍ଖଳାର ସହ କାର୍ଯ୍ୟ କରୁଥିଲି । ହେଲେ ବର୍ତ୍ତମାନ ବିଜେଡି ଏକ ରାଜନୈତିକ ଦଳ ନୁହେଁ ବରଂ କର୍ପୋରେଟ୍ ସଂସ୍ଥା ଭଳି କାର୍ଯ୍ୟ କରୁଛି। ତେଣୁ ନିଜର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ବାଧ୍ୟ ହୋଇ ବିଜେଡିକୁ ଛାଡ଼ିଲି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
କଂଗ୍ରେସର ନୀତି ଆଦର୍ଶ, ଜାତୀୟ ଏକତା ଏବଂ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରାରେ ପ୍ରଭାବିତ ହୋଇ କଂଗ୍ରେସରେ ଯୋଗ ଦେଇଛି। କ୍ଷମତା ଲୋଭ ପାଇଁ ନୁହେଁ, ଜନତାର ସେବା ପାଇଁ ବୋଲି କଂଗ୍ରେସ ବାଛିଛି ବୋଲି ଶ୍ରୀ ମାହାନ୍ତି ସାମ୍ବାଦିଙ୍କୁ କହିଛନ୍ତି। ତେବେ ଶ୍ରୀ ମହାନ୍ତିଙ୍କ ଯୋଗଦାନ କଂଗ୍ରେସ ସଂଗଠନକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
Comments are closed.