ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏବେ ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ନିକଟରେ ଏକ ହୋଟେଲରେ ବିଜୟ ଓ ରଶ୍ମିକାଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି , ଯେଉଁଥିରେ ଦୁହେଁ ଏକାଠି ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଖୁସି ମନାଉଛନ୍ତି । ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି ।
କିଛି ମାସ ତଳେ ସେମାନଙ୍କ ବ୍ରେକ୍ଅପ ଖବର ପ୍ରଶଂସକଙ୍କୁ ନିରାଶ କରିଥିଲା । ପୁଣି ଥରେ ଏହି ଯୋଡିକୁ ଏକାଠି ସମୟ ବିତାଉଥିବାର ନଜର ଆସିଛନ୍ତି । ସେମାନଙ୍କ ମଧ୍ୟରେ ଏବେ ସବୁ ଠିକ୍ଠାକ୍ ହୋଇ ଯାଇଛି ବୋଲି ଆଲୋଚନା ହେଉଛି । ବିଜୟ ଓ ରଶ୍ମିକା ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।
Comments are closed.