ମମତା ବାନାର୍ଜୀଙ୍କ ଆଣ୍ଠୁ ଓ ଅଣ୍ଟା ଲିଗାମେଣ୍ଟରେ ଲାଗିଛି ଆଘାତ, ଘରେ ରହି ଚିକିତ୍ସିତ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କୋଲକାତା: ଗତକାଲି ପାଗ ଖରାପ ଯୋଗୁ ଜରୁରୀ ଅବତରଣ କରିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହେଲିକପ୍ଟର। ପ୍ରବଳ ବର୍ଷାରେ ହେଲିକପ୍ଟରଟି ଜୋର୍ରେ ହଲିବାରୁ ପାଇଲ୍ଟ ଏହାକୁ ସେବକ ଏଯାରବେସ୍ରେ ଜରୁରୀ ଲ୍ୟାଣ୍ଡିଂ କରାଇଥିଲେ। ହେଲେ ଏହି ସମୟରେ ମମତାଙ୍କ ବାମ ପଟ ଆଣ୍ଠୁ ଓ ଅଣ୍ଟାରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ କୋଲକାତାର ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏମ୍ଆର୍ଆଇ କରାଇବାରୁ ମମତାଙ୍କ ଆଣ୍ଠୁ ଓ ଅଣ୍ଟାରେ ଲିଗାମେଣ୍ଟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ମମତା ଡାକ୍ତର ଖାନାରେ ଆଡ୍ମିଶନ ହେଇ ଚିକ୍ତିତ୍ସିତ ହେବାକୁ ମନା କରି ଦେଇଥିବା ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ପ୍ରାଥମିକ ଚିକିତ୍ସା ଓ ରିପୋର୍ଟ କରାଇବା ପରେ ହିଁ ସେ ହ୍ୱିଲ୍ ଚେୟାର୍ରେ ଘରକୁ ଫେରିଆସିଥିଲେ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ଘରେ ଚିକିତ୍ସିତ ହେବେ ବୋଲି ମମତା କହିଛନ୍ତି।
ସୂଚନା ଥାଉକି ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ସାରି ଦିନ ପ୍ରାୟ ୨ ଟା ବେଳେ ହେଲିକପ୍ଟରରେ ଫେରୁଥିଲେ ମମତା। ପ୍ରବଳ ବର୍ଷା ହେବାରୁ ହେଲିକପ୍ଟରକୁ ସେନାର ସେବକ ଏୟାର ବେସ୍ର ଜରୁରୀ ଅବତରଣ କରିଥିଲା। ହେଲିକପ୍ଟରରୁ ଓହ୍ଲାଇଲା ବେଳେ ମମତା ଆହତ ହୋଇଥିଲେ। ଏହାପରେ ବାଗଡୋଗ୍ରା ବିମାନ ବନ୍ଦରରୁ ଏକ ବିମାନ ଯୋଗେ ସେ କୋଲକତା ଫେରିଯାଇଥିଲେ।