Latest Odisha News

BREAKING NEWS

ଗୋଟିଏ ପଟେ ବର୍ଷାର ତାଣ୍ଡବ, ଅନ୍ୟପଟେ ବର୍ଷା ପାଇଁ ମୁଣ୍ଡ ପିଟୁଛି ଚାଷୀ

ନୁଆଦିଲ୍ଲୀ : ଦେଶକୁ ବିଳମ୍ବରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୭ଦିନ ବିଳମ୍ବରେ କେରଳ ଛୁଇଁଥିଲା ମୌସୁମୀ । ବିଳମ୍ବ ସତ୍ତ୍ୱେ ମଧ୍ୟ ଦେଶରେ ମୌସୁମୀ ତାର କରାଳ ରୁପ ଦେଖାଇବା ଆରମ୍ଭ କରିଛି । ଦେଶର ସମସ୍ତ ଭାଗକୁ ମୌସୁମୀ କବଳିତ କରିଥିଲେ ମଧ୍ୟ ଏବେବି ଦେଶର କେତେକାଂଶରେ ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏପଟେ ଦେଶର ଗୋଟେ ଭାଗରେ ଚାଷୀ ବର୍ଷାର ଅପେକ୍ଷାରେ ରହିଥିବା ବେଳେ ସେପଟେ ମୌସୁମୀର ପ୍ରକୋପ ଉତ୍ତର ଭାରତର ସ୍ଥିତିକୁ ବେହାଲ୍ କରିଛି।

ମୌସୁମୀର ପ୍ରକୋପରୁ ଉତ୍ତର-ପଶ୍ଚିମ ଭାରତରେ ଅତ୍ୟଧିକ ବର୍ଷା ହୋଇଛି । ଫଳରେ ଆସାମ ଓ ହିମାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ପରି ସ୍ଥିତି ଦେଖାଦେଇଛି । ଆସନ୍ତା କିଛି ଦିନ ମଧ୍ୟ ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଦେଶର ଅନ୍ୟ ଭାଗରେ ଯଥା, ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଆଦି ରାଜ୍ୟରେ ବର୍ଷାର ଘୋର ଅଭାବ ଦେଖିବାକୁ ମିଳିଛି । ସେପଟେ ବର୍ଷାର ଅଭାବ ଓ ଏପଟେ ବର୍ତ୍ତମାନ ଖରିଫ୍ ଫସଲ ବୁଣିବା ସମୟ ହେତୁ ଚିନ୍ତାରେ ପଡ଼ିଛି ଚାଷୀ।

Leave A Reply

Your email address will not be published.