ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଦଳ ପଂଏଟ ଟେବୁଲରେ ୯ମ ସ୍ଥାନରେ ରହିଥିଲା । ଏହା ପରେ ଦଳରେ କିଛଇ ବଡ ଧରଣର ପରିବର୍ତନ କରାଯିବା ନେଇ ଆଶା କରାଯାଉଥିଲା । ଗୁରୁବାର ଫ୍ରାଂଚାଇଜ କୋଚିଂ ଷ୍ଟାଫ ଅଜିତ ଅଗରକର ଓ ଶେନ ୱାଟସନଙ୍କୁ ବିଦା କରିଛି । ତେବେ କେତେକ ରିପୋର୍ଟ ଅନୁସାରେ ଅଗରକର ଭାରତୀୟ ଚୟନକମିଟି ମୂଖ୍ୟ ଦୌଡରେ ଆଗରେ ଥିବାରୁ ସେ ଏଥିରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ଟିମ ପକ୍ଷରୁ କରାଯାଇଥିବା ଟୁଇଟରେ ଉଲ୍ଲେଖ ରହିଛି ଧନ୍ୟବାଦ ଅଜିତ ଓ ୱାଟୋ । ଭବିଷ୍ୟ ପାଇଁ ଶୁଭକାମନା ।
ଦିଲ୍ଲୀ ଟିମ ୧୪ ମ୍ୟାଚରୁ ମାତ୍ର ୫ଟିରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା । ରିଷଭ ପନ୍ତଙ୍କ ସ୍ଥାନରେ ଡେଭିଡ ୱାର୍ଣ୍ଣରଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ୱାର୍ଣ୍ଣରଙ୍କ ବ୍ୟାଟିଂ ପ୍ରଦର୍ଶନ ଭଲ ଥିଲେ ମଧ୍ୟ ଟିମ ନିରାଶ କରିଥିଲା । ପନ୍ତଙ୍କ ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହୋଇଥିଲା । ଆଗାମୀ ସିଜନରେ ଦିଲ୍ଲୀ ଏକ ଭଲ ଟିମ ଭାବେ ପଡିଆକୁ ଓହ୍ଲାଇବ ବୋଲି ଫ୍ରାଂଚାଇଜଙ୍କ ପକ୍ଷରୁ କୁହାଯାଇଛି ।
Comments are closed.