Latest Odisha News

BREAKING NEWS

ମନ୍ତ୍ରୀ ବାଲାଜୀଙ୍କ ବରଖାସ୍ତ ନିଷ୍ପତ୍ତି ଉପରେ ସାମୟିକ ରୋକ୍

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବା ତାମିଲନାଡୁର ମନ୍ତ୍ରୀ ଭି ବାଲାଜୀଙ୍କୁ ବିଳମ୍ବିତ ରାତିରେ ରାଜ୍ୟପାଳ ଆର.ଏନ୍ ରବିଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ପରିଷଦରୁ ବାଦ୍ ଦିଆଯାଇଥିଲା। ଏବେ କିନ୍ତୁ ବିଳମ୍ବିତ ରାତିରେ ରାଜ୍ୟପାଳ ଏକ ଚିଠି ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ମନ୍ତ୍ରୀ ବାଲାଜୀ ମନ୍ତ୍ରୀ ଭାବରେ କାର୍ଯ୍ୟ କରିପାରିବେ।

ମନ୍ତ୍ରୀ ସେଣ୍ଟିଲ ବାଲାଜୀ ଚାକିରି ବଦଳରେ ଟଙ୍କା ନେଇ ଦୁର୍ନୀତି କରିବା ଅଭିଯୋଗରେ ଛନ୍ଦି ହୋଇଛନ୍ତି। ଏହି ଅଭିଯୋଗ ହେତୁ ତାଙ୍କ ନ୍ୟାୟିକ ହେପାଜତ ଅବଧି ବୁଧବାର ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅଭିଯୋଗ କ୍ରମେ ରାଜ୍ୟପାଳ ଏକ ଚିଠି ଜାରି କରି ବାଲାଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି। ତେବେ ଅନ୍ୟ ଏକ ଚିଠି ଜାରି କରିବାବେଳେ ସେ ଏଥିରେ କହିଛନ୍ତି ଯେ ସେ ଆଟର୍ଣ୍ଣି ଜେନେରାଲଙ୍କଠାରୁ ଆଇନଗତ ପରାମର୍ଶ ନେଉଛନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲଙ୍କ ଉତ୍ତର ଗ୍ରହଣ ହୋଇନି ସେଣ୍ଟିଲ ବାଲାଜୀ ମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ।

କହିରଖୁଛୁ, ରାଜ୍ୟପାଳ ବାଲାଜୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ଶାସକ ଦଳ ଡିଏମକେ କୋର୍ଟ ଯିବ ବୋଲି ମଧ୍ୟ ଚେତାବନୀ ଦେଇଛି । ରାଜ୍ୟପାଳ ସରକାରର ମନ୍ତ୍ରୀକୁ ବହିଷ୍କାର କରିପାରିବେ ନାହିଁ ବୋଲି ଡିଏମକେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ କହିଛନ୍ତି।

ଜୁନ ୧୪ରେ, ପ୍ରଧାନ ବିଚାରପତି ମନ୍ତ୍ରୀ ବାଲାଜୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏହାର ଗୋଟିଏ ଦିନ ପରେ ଇଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମନ୍ତ୍ରୀ ବାଲାଜୀଙ୍କୁ ପଚରାଉଚରା ପାଇଁ ଅନୁମତି ପାଇଥିଲା।

ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରାଉଚରା କରିବା ପରେ ବାଲାଜୀଙ୍କୁ ଇଡି ଗିରଫ କରିଥିଲା। ସେ ପରିବହନ ମନ୍ତ୍ରୀ ଥିବାବେଳେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ସେ ୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ଏଆଇଡିଏମକେ ସରକାରରେ ମନ୍ତ୍ରୀ ଥିଲେ। ଏହି ସମୟରେ ଦୁର୍ନୀତି କରିଥିବା ଅଭିଯୋଗ ରହିଛି ।

Comments are closed.