Latest Odisha News

BREAKING NEWS

ୱେଟିଙ୍ଗ ଟିକେଟ ପାଇଁ ଚିନ୍ତିତ କି, ଏବେ ରେଳ ବିଭାଗ ଦୂର କରିବ ଏହି ସମସ୍ୟା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ ଟିକେଟ କନଫର୍ମ ହେଲା କି ନାହିଁ ରେଳ ବିଭାଗ ନିଜେ ଯାତ୍ରୀଙ୍କ ଫୋନ୍ କରି କିମ୍ବା ମେସେଜ ଦ୍ୱାରା ଏହାର ସୂଚନା ପଠାଇବ ।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଟିକେଟ ସମ୍ବନ୍ଧିତ ସୂଚନା ପାଇଁ ୧୩୯ ରେ ପ୍ରତି ମିନିଟ ହିସାବରେ ଶୁଳ୍କ ଦେବାକୁ ପଡୁଥିଲା, ମାତ୍ର ବର୍ତ୍ତମାନ ଆଉ ୱେବସାଇଟ କିମ୍ବା କୌଣସି ନମ୍ବରରେ ବାରମ୍ବାର ଯୋଗାଯୋଗ କରିବାକୁ ପଡିବ ନାହିଁ ।

ଯାତ୍ରୀମାନେ କେଉଁଭଳି ଭାବେ ଟିକେଟ ସମ୍ବନ୍ଧିତ ସମସ୍ତ ସୂଚନା ନିଜ ଫୋନରେ ପାଇପାରିବେ ସେଥିପାଇଁ ରେଳ ମନ୍ତ୍ରଣାଳୟ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ୱେଟିଂ ଟିକେଟ ଯାତ୍ରୀ ମାନଙ୍କୁ ଧ୍ୟାନରେ ରଖି ରେଲୱେ ଏପରି ଏକ ସଫ୍ଟୱେୟାର ପ୍ରସ୍ତୁତ କରାଇଛି ଯାହାଦ୍ୱରା ଏହିଭଳି ସମସ୍ତ ଅସୁବିଧାର ସମାଧାନ ହୋଇପାରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଯୋଜନା ଦ୍ୱାରା ପାସେଞ୍ଜର ରିଜର୍ଭେସନ ସିଷ୍ଟମ ଯେଉଁ ମାତ୍ରାରେ ଅପଗ୍ରେଡ଼ ହେବ ସେହି ମାତ୍ରାରେ ଆପଣଙ୍କ ଟିକେଟର ଷ୍ଟାଟସ ମେସେଜ ଦ୍ୱାରା ଆପଣଙ୍କୁ ଜଣାଇ ଦିଆଯିବ ।

ଉଦାହରଣବଶତଃ ଯଦି ଆପଣଙ୍କର ୱେଟିଂ ୧୦୦ ଅଛି ଏବଂ ଏହି ସମୟରେ କୌଣସି ଯାତ୍ରୀ ନିଜର ଟିକେଟ କ୍ୟାନସେଲ କରୁଛନ୍ତି ତାହେଲେ ଆପଣଙ୍କ ୱେଟିଂ ହ୍ରାସପାଇଁ ୯୯ ହୋଇଯିବ ଏବଂ ଏହାର ସୂଚନା ଆପଣ ନିଜ ଫୋନରେ ପାଇପାରିବେ ।

Leave A Reply

Your email address will not be published.