ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଆଜି ମାସେ ପୂରିଛି। ଜୁନ ଦୁଇ ତାରିଖରେ ସଂଧ୍ୟାରେ କରମଣ୍ଡ ଏକ୍ସପ୍ରେସ ଓ ଆଉ ଦୁଇଟି ଟ୍ରେନ୍ ପରଷ୍ପର ଧକ୍କା ହେବାରୁ ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ଏହି ଘଟଣାକୁ ଆଜିକୁ ମାସେ ପୂରି ଥିବା ବେଳେ ଏବେ ବି ଦୁର୍ଘଟଣା ସମ୍ପର୍କିତ ଯନ୍ତ୍ରଣ ଲାଘବ ବୋଇପାରି ନାହିଁ। ମୃତଦେହ ନେବାକୁ ମାସେ ହେଲା ଘର ଛାଡ଼ି ଡାକ୍ତରଖାନାରେ ଡେରା ପକାଇଛନ୍ତି ସମ୍ପର୍କୀୟ।
ସେପଟେ ଦୁର୍ଘଟଣାଗ୍ରସ୍ତ ରୁଟ୍ ଦେଇ ଟ୍ରେନ୍ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ସ୍ୱାଭାବିକ ହୋଇପାରୁନି। ଏବେବି ପ୍ରତିଦିନ ଟ୍ରେନ୍ ବାତିଲ କରାଯାଉଛି। ସିଗନାଲ୍ ଫେଲ୍ ମାରୁଛି। କିଛି ଟ୍ରେନ୍ ଚଳାଚଳ କରୁ ନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ସମସ୍ୟା ହେଉଛି।
ଏପଟେ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ମୃତ୍ୟୁ ହେବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୯୩ ଟିପିଛି। ଏତେବଡ଼ ଦୁର୍ଘଟଣା ହୋଇଥିଲେ ମଧ୍ୟ ସାସେ ହେଲା ସିବିଆଇ ଟିମ୍ ତଦନ୍ତ କରି କାହାକୁ କିଛି ଧରିପାରି ନାହିଁ। ଖାଲି ଅଫିସର ଓ କର୍ମଚାରୀ ବଳି ଚାଲିଛି। ହେଲେ ଦୋଷୀ କିଏ ବହାରି ପାରିନି। ଘଟଣା ପଛରେ ଅନେକ କଥା ଅସ୍ପଷ୍ଟ ହୋଇ ରହିଛି।ପୁଣି ରେଳ ନିରାପତ୍ତା କମିଶନ ରିପୋର୍ଟ କହିଛି ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟ ସାର୍ବଜନୀନ କରାଯିବନି। ଏସବୁ ପୂରା ଘଟଣା ସନ୍ଦେହ ଘେରରେ ରହିଛି।
ଅନ୍ୟପଟେ ବାହାନଗା ଭୁବନେଶ୍ୱର ଏମ୍ସରେ ଥିବା ୮୨ ମୃତକଙ୍କର ଡିଏନ୍ଏ ଟେଷ୍ଟ ପାଇଁ ରିପୋର୍ଟ ପଠାଯାଇଥିଲା। ସେଥିମଧ୍ୟରୁ କାଲି ୨୯ ଜଣଙ୍କର ରିପୋର୍ଟ ଆସିଛି। ଗତକାଲି ୧୩ ମୃତକଙ୍କ ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଗତ ଦୁଇ ଦିନ ମଧ୍ୟରେ ସମୁଦାୟ ୧୯ ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଆଜି ମଧ୍ୟ ଯାଞ୍ଚ ଏବଂ ମୃତଦେହ ହସ୍ତାନ୍ତରଣ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି। ଏବେବି ୫୧ ମୃତଦେହ ପରିଚୟ ଅପେକ୍ଷାରେ ଅଛନ୍ତି ପରିବାର ଲୋକେ।
Comments are closed.