Latest Odisha News

BREAKING NEWS

ଟାଟା ପାୱାର ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ, ସୋମବାରଠାରୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା

ଭୁବନେଶ୍ୱର: ଟାଟା ପାୱାର ବିରୋଧରେ ଆନ୍ଦୋଳନ କରିବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ। ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ସୋମବାରଠାରୁ ଧାରଣାରେ ବସିବେ ବିଦ୍ୟୁତ୍ ଶ୍ରମିକ। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ଟିପିସିଓଡିଏଲ୍ ମୁଖ୍ୟ ଦପ୍ତର ସମ୍ମୁଖରେ ଶ୍ରମିକମାନେ ଧାରଣାରେ ବସିବେ ବୋଲି ସୂଚନା ରହିଛି।

ବିଦ୍ୟତ୍ ଶ୍ରମିକଙ୍କୁ ଆଠ ଘଣ୍ଟା ପାରିଶ୍ରମିକ ଦେଇ ୨୪ ଘଣ୍ଟା କାମରେ ଲଗାଉଥିବା ବେଳେ ଅଭିଜ୍ଞତା ଆଧାରରେ ବେତନ ବୃଦ୍ଧି ହେଉନି। ସ୍ଥାୟୀ ବିଦ୍ୟୁତ୍ ଶ୍ରମିକ ରାଜ୍ୟ ସରକାରଙ୍କ ସହ କରିଥିବା ଚୁକ୍ତି ମୁତାବକ ପୂର୍ବ ପ୍ରଚଳିତ ଚାକିରି ସର୍ତ୍ତାବଳୀ ଅନୁସାରେ କାମ ଦେବା, ଅନ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମାନ ଥିବା ସୁବିଧା ଦେବା, ଗୃହ ଋଣ, ଇଲେକ୍‌ଟ୍ରିକ୍ ଯାନ କିଣିବାକୁ ଋଣ ଦେବା, ପେନସନ ସୁନିଶ୍ଚିତ କରିବା, ଟାଟା ପାୱାର ଅଧିକାରୀଙ୍କ ଶ୍ରମିକ ବିରୋଧୀ ନୀତି ଭଳି ବିଭିନ୍ନ ସମସ୍ୟାକୁ ପ୍ରତିବାଦ କରି ଓ ବିଭିନ୍ନ ଦାବି ନେଇ ବିଦ୍ୟୁତ୍ କର୍ମଚାରୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.